ଅବନୀ ଗୟା ହେଲେ ସିପିଆଇ(ଏମ.ଏଲ)ର ସୋରଡ଼ା ବିଧାୟକ ପ୍ରାର୍ଥୀ

ବ୍ରହ୍ମପୁର,(ଅନିଲ କୁମାର):ଦେଶରେ ସାମ୍ପ୍ରଦାୟିକତାବାଦ, ଫାସିବାଦ ଓ କର୍ପୋରେଟ ସପକ୍ଷବାଦୀ ନୀତି ବିରୁଦ୍ଧରେ ଗଞ୍ଜାମ ବଡଗଡ ଠାରେ ସିପିଆଇ (ଏମ୍.ଏଲ) ପକ୍ଷରୁ ସାଥୀ ଅବନୀ ଗୟାଙ୍କୁ ଆଜି ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀପାଇଁ ରାଜ୍ୟ କମିଟିର ସୁପାରିଶ କ୍ରମେ ବିଧାୟକ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି l ଜିଲ୍ଲା ସମ୍ପାଦକ ସାଥି ନିରାକାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ତଥା ଚାଷୀ ମୂଲିଆ ସଂଘର ସଦସ୍ୟ ସାଥୀ ଗଗନ ଚନ୍ଦ୍ର ମଲ୍ଲିକ,ଜିଲ୍ଲା କମିଟି ସଦସ୍ୟ ସଦସ୍ୟ ସାଥୀ କୈଳାସ ମଲ୍ଲିକ,ପ୍ରଶାନ୍ତ ମଳିକ,ବ୍ଲକ କମିଟି ରେଣୁ ପଲେଇ,ବାବୁ ନାୟକ,ସନାତନ ପରିଡାଙ୍କ ସମେତ ଶହ ଶହ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଆସନ୍ତା ୨୬ତାରିଖରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶ୍ରୀ ଗୟା ନାମାଙ୍କନ ପତ୍ର ଦାଖଲ କରିବେ l ଫାଶୀବାଦ,ସାମ୍ପ୍ରଦାୟିକତା ବାଦ, ଜାତିବାଦ ଏବଂ କେନ୍ଦ୍ରର ଏକଛତ୍ରବାଦୀ ମୋଦି ସରକାରଙ୍କୁ ପରାସ୍ତ କରିବା ଓ ରାଜ୍ୟ ବିଜେଡି ସରକାରର କୁଶାସନ ବିରୁଦ୍ଧରେ ସିପିଆଇ(ଏମ.ଏଲ) ଜନସଚେତନତା ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ