ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

କୋଦଳା (ଗୁଲସନ କୁମାର): ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୋଦଳା ରେ ଶ୍ରୀମତୀ କନକ ଲତା ବେହେରା ଆଟେଣ୍ଡାଣ୍ଟ ଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି। ଶ୍ରୀମତୀ ବେହେରା ଦୀର୍ଘ ୨୩ ବର୍ଷ ସେବା ପ୍ରଦାନ କରିବା ପରେ ୨୮/୦୨/୨୦୨୧ ରେ ଅବସର ଗ୍ରହଣ କରିଥିଲେ। ସେ ଜଣେ କର୍ତ୍ତବ୍ୟ ନିଷ୍ଠା ଦାୟିତ୍ୱବାନ,ମିଷ୍ଟଭାଷୀ ଏବଂ ସମାୟାନୁବର୍ତୀ କର୍ମଚାରୀ ଥିଲେ। ନିଜର ପରୋପକାର ଗୁଣ ଯୋଗୁଁ ଡାକ୍ତର ଙ୍କ ଠାରୁ ଆରମ୍ଭ କରି ରୋଗୀ ପର୍ଯ୍ୟନ୍ତ ସମସ୍ତ ଙ୍କ ପ୍ରିୟ ପାତ୍ର ହୋଇ ପାରିଥିଲେ। ସମ୍ବର୍ଦ୍ଧନା ପ୍ରଦାନ ବେଳେ ଶ୍ରୀମତୀ ବେହେରା ନିଜର ଚାକିରୀ ଜୀବନ କୁ ମନେ ପକାଇ ଭାବବିହ୍ବଳ ହୋଇଯାଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ମାନେ ବି ତାଙ୍କ ର କାର୍ଯ୍ୟ କୁ ସର୍ବଦା ମନେ ରଖିବେ ବୋଲି ପ୍ରକାଶ କରିଥିଲେ। ଶ୍ରୀମତୀ ବେହେରା ଙ୍କୁ ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରାଯାଇଥିଲା ଏବଂ ଉକ୍ତ କାର୍ଯ୍ୟକ୍ରମ ରେ ଡାକ୍ତର ସୁଜିତ କୁମାର ବେହେରା, ଡାକ୍ତର ଚିନ୍ମୟ ମହାପାତ୍ର,ଡାକ୍ତର ଆଦିତ୍ୟ କୁମାର ସାହୁ,ଆୟୁଷ ଡାକ୍ତର ଜୟଦେବ ନାୟକ, ମୈତ୍ରିସଂଘ ମିତ୍ରା ଓ ଅନନ୍ତ ନାରାୟଣ, ଗୋଷ୍ଟି ପରିଚାଳକ ଗଣେଶ ନାହାକ , ରବୀକୁମାର , ଶ୍ରୀପତି , ବନମାଳୀ ସେଠୀ,ଫାର୍ମାସିଷ୍ଟ ଷ୍ଟାଫ ନର୍ସ ସଞ୍ଜୟ ଭାଈ ଙ୍କ ସମେତ ସ୍ୱାସ୍ଥ୍ୟ କେନ୍ଦ୍ର ର ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ