ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ପାଟବିଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ନିଖିଳ ଓଡ଼ିଶା ପ୍ରାଥମିକ ତାଲିମ ପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ ପକ୍ଷରୁ ଗତ କିଛି ଦିନ ମଧ୍ୟରେ ଅବସର ଗ୍ରହଣ କରିଥିବା ୪ ଜଣ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ ସଦସ୍ୟ ସଦସ୍ୟା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ହୋଇ ଅଶୃଳ ସମ୍ବର୍ଦ୍ଧନା ଜଣାଇଥିଲେ।ଏହି ସମ୍ବର୍ଦ୍ଧନା ଉତ୍ସବର ସଭାପତିତ୍ବ କରଞ୍ଜିଆ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିପିନ ବିହାରୀ ବାରିକ୍ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିରଞ୍ଜନ ଦଳେଇ, ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂଘ ସମ୍ପାଦକ ସନ୍ତୋଷ କୁମାର ମିଶ୍ର, କରଞ୍ଜିଆ ଶାଖା ସଭାପତି ପରମେଶ୍ବର ମହାନ୍ତ ସମ୍ପାଦକ ଚିରଞ୍ଜି କୁମାର ବେହେରା ଉପସ୍ଥିତ ଥିଲେ। ଅବସରପ୍ରାପ୍ତ ଶୁକୃଳି ବ୍ଲକ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ବେହେରା, ସହକାରୀ ଶିକ୍ଷକ ବଡ଼ଗାଁ ଉଚ୍ଚ ବିଦ୍ୟାଳୟ କୁଶଧର ପାତ୍ର, ମା ଅମ୍ବିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସତିଷ ବାରିକ୍ ଓ ବିଉରିଆ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଡମ୍ବରୁଧର ରଣସିଂହ ଏବଂ ଆସନ୍ନ ଅବସର ଗ୍ରହଣ କରୁଥିବା ଡ଼ ଚନ୍ଦ୍ରଶେଖର ଦାସ ଯୋଗଦାନ କରି ସେମାନଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରି ସେମାନଙ୍କ ପଦାଙ୍କ ଅନୁସରଣ କରିବେ ବୋଲି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ। ସମସ୍ତଙ୍କୁ ଆଗାମୀ ସମୟରେ ସହଯୋଗ ପ୍ରଦାନ କରିବେ ବୋଲି ଆଶ୍ୱାସନା ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅବସର ଗ୍ରହଣ କରିଥିବା ଶିକ୍ଷକଙ୍କ କାର୍ଯ୍ୟରତ ସମୟର ଅଭିଜ୍ଞତାକୁ ଆଧାର କରି ଆଗାମୀ ପୀଢ଼ି ଶିକ୍ଷକ ଆଗେଇଲେ ନିଶ୍ଚିତ ପକ୍ଷେ କାର୍ଯ୍ୟ ସଠିକ୍ ଭାବେ କରିପାରିବେ ବୋଲି କହିଥିଲେ।ଅବସର ଗ୍ରହଣ କରିଥିବା ଶିକ୍ଷକ ମାନଙ୍କୁ ମାନପତ୍ର ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷୟିତ୍ରୀ ବବିତା ଦାସ, ବନମାଳୀ ମହାନ୍ତ ବିଦାୟୀ ଶିକ୍ଷକଙ୍କୁ ସେମାନଙ୍କ ଆଦର୍ଶ,ପ୍ରେରଣାଦାୟୀ ବୋଲି ଅଭିହିତ କରିବା ସହ ତାଙ୍କ ଏକନିଷ୍ଠ ସାଧନା, କର୍ତ୍ତବ୍ୟନିଷ୍ଠା, ଛାତ୍ରବତ୍ସଳ ଭାବ ପାଇଁ ସେ ଶିକ୍ଷକ, ବିଦ୍ୟାର୍ଥୀ ଏବଂ ଅଞ୍ଚଳବାସୀଙ୍କ ଏକ ଅଭୁଲା ସ୍ମୃତି ହୋଇ ରହିବେ ବୋଲି ପ୍ରକାଶ କରିଥିଲେ। ପରିଶେଷରେ ଶିକ୍ଷକ ସଂଘ କରଞ୍ଜିଆ ଶାଖା ସଭାପତି ପରମେଶ୍ବର ମହାନ୍ତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ କର୍ମକର୍ତ୍ତା, ବିଦ୍ୟାଳୟର ସହକାରୀ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ,ଯଶପାଲ ସେଠୀ, ଶିକ୍ଷୟିତ୍ରୀ ଆରତୀ ବେହେରା,ଚାରୁବାଳା ଭୋଇ,ମେଟ୍ରନ କଳ୍ପନା ପାତ୍ର, ଚନ୍ଦ୍ରମଣୀ ନାଏକ, ଅମୃତ ଖଣ୍ଡେଇ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ।