ଅବସରକାଳୀନ ସମ୍ବର୍ଦ୍ଧନା

ଛତ୍ରପୁର-: ଛତ୍ରପୁର ବ୍ଲକ ଅନ୍ତର୍ଗତ ପି-ପୁଟବଗଡ ପ୍ରାଥମିକ ବିଦ୍ୟାଳୟ ପରିସରରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବି.ସୁଦାମଙ୍କ ପୈାରହିତ୍ୟରେ ପ୍ରଧାନ ଶିକ୍ଷକ ଗଙ୍ଗାଧର ନାହାକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥୀ ଭାବେ ଟାଙ୍ଗଣାପଲ୍ଲୀ ସରପଞ୍ଚ କୁମାରୀ ପ୍ରଧାନ ଯୋଗଦେଇ ଶୀ  ନାହାକଙ୍କ ଗୁଣଗାନ କରିଥିଲେ । ମୁଖ୍ୟବକ୍ତା ଭାବେ କୋରା ମହାରଣା, ସମ୍ମାନୀତ ଅତିଥୀଭାବେ ଏବିଇଓ ସୀତାରାମ ପାତ୍ର ଯୋଗଦେଇ ଗଙ୍ଗାଧର ନାହକଙ୍କ କାର୍ଯ୍ୟକାଳର ସ୍ମୃତି ଚାରଣ କରିବା ସହିତ ତାଙ୍କର ଅବସରକାଳୀନ ସମୟ ସୁଖପ୍ରଦ ହେଉ ବୋଲି କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ମିଳିତ ଶିକ୍ଷକ ସଂଘର ସଭାପତି ରବିନାରାୟଣ ବେହେରା ଯୋଗଦେଇ ତାଙ୍କୁ ଉପଡୈକନ ସହ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ଏଥିରେ ସିଆରସିସି ଉଷାରାଣି ପାତ୍ର, ଶିକ୍ଷକ ଜେ.କୁର୍ମାରାଓ, ସୁରେଶ ସାହୁ, ଡି.ଶାନ୍ତୁନୁ କୁମାର ପାତ୍ର, ନରସିଂହ ସ୍ୱାଇଁ,ଭଗବାନ ପ୍ରଧାନ, ଶିକ୍ଷୟତ୍ରୀ ହେମ ପ୍ରଧାନ, ପ୍ରଣତୀ ପଢାଲ ଯୋଗଦେଇଥିଲେ । ଶେଷରେ ଶିକ୍ଷକ ଲୋକନାଥ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ