ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଇନ୍ଦୁଭୂଷଣ ସାହୁଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ସାହୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କୁଣ୍ଡାବନ୍ଧ ପଞ୍ଚାୟତ ଡୁମେରମୁଣ୍ଡା ଗ୍ରାମରେ ନିଜ ବାପା ସୀତାରାମ ସାହୁ(୮୭)ଙ୍କ ଏକାଦଶାହ କାର୍ଯ୍ୟ ସାରି ନିଜ ଘରକୁ ଫେରିଥିଲେ । ଏହାପରେ ହୃଦଘାତର ଶିକାର ହୋଇ ପରଲୋକ ଘଟିଥିଲା । ସ୍ୱର୍ଗତ ସାହୁଙ୍କ ବିୟୋଗ ଖବର ପାରଳାରେ ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ସାହୁ କର୍ମମୟ ଜୀବନରେ ପାରଳାଖେମୁଣ୍ଡି ଠାରେ ଥିବା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ବହୁ ବର୍ଷ ଧରି ରହିଥିଲେ । ଏହାପରେ କଲେଜର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରି ଗତବର୍ଷ ସେ ଅବସର ଗ୍ରହଣ କରିଥିଲେ । ଏ ମଧ୍ୟରେ ସେ ସହରର ବିଭିନ୍ନ ଅନୁଷ୍ଠାନ ସହ ଜଡିତ ହୋଇ ବିଭିନ୍ନ କାର୍ଯ୍ୟକ୍ରମମାନ କରି ଲୋକପ୍ରିୟ ହୋଇପାରିଥିଲେ । ତେଣୁ ତାଙ୍କ ବିୟୋଗ ଖବର ଶୁଣି ବିଭିନ୍ନ ମହଲରେ ଶୋକରଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ