ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର୍ ରାଧାମୋହନ ମିଶ୍ରଙ୍କ ପରଲୋକ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) : ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପ୍ରତାପ ଲକ୍ଷ୍ମଣପୁର ଶାସନରେ ଜନ୍ମିତ ତଥା ଫୁଲବାଣୀ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର୍ ରାଧାମୋହନ ମିଶ୍ରଙ୍କ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ହୃଦଘାତରେ ପରଲୋକ ଘଟିଛି I ମୃତ୍ୟୁ ବେଳକୁ ତାଙ୍କୁ 72 ବର୍ଷ ହୋଇଥିଲା I ରାଧାମୋହନ ପ୍ରତାପ ଲକ୍ଷ୍ମଣପୁର ଶାସନ ନିବାସୀ ସ୍ଵର୍ଗତ ଗଙ୍ଗାଧର ମିଶ୍ର ଏବଂ ଦ୍ରୌପଦୀ ଦେବୀଙ୍କ ସୁପୁତ୍ର ଥିଲେ I ଫୁଲବାଣୀ ମହିଳା ମହାବିଦ୍ୟାଳୟରୁ ଅବସର ନେବାପରେ ସେ ଭୁବନେଶ୍ୱର ସ୍ଥିତ ଶିବାନନ୍ଦ ଯୋଗ ଏବଂ ବେଦାନ୍ତ ଏକାଡ଼େମୀର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ I ସ୍ଵର୍ଗତ ମିଶ୍ର ଏକାଧାରରେ ଜଣେ ଛାତ୍ର ବତ୍ସଳ ଶିକ୍ଷକ,ସୁସାହିତ୍ୟିକ, ଯୋଗ ସାଧକ, ସୁବକ୍ତା,କ୍ରୀଡାବିତ୍ ଏବଂ ଆର୍ଯ୍ୟ ସମାଜର ଆଜୀବନ ସଦସ୍ୟ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ I ସେ ଯୋଗ କ୍ଷେତ୍ରରେ ଓଡ଼ିଶାର ଭୀଷ୍ମପିତାମହ ଭାବେ ମଧ୍ୟ ପରିଚିତ ଥିଲେ I ସ୍ଵର୍ଗତ ମିଶ୍ରଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ମିନାକ୍ଷୀ ଏବଂ ପୁତ୍ର ଜଗଦୀଶ ଉପସ୍ଥିତ ଥିଲେ I ସ୍ଵର୍ଗତ ମିଶ୍ରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ପରିବାର ସଦସ୍ୟ ଏବଂ ବନ୍ଧୁବର୍ଗଙ୍କ ସମେତ ବହୁ ଛାତ୍ରଛାତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରିଥିଲେ I ତାଙ୍କ ମର ଶରୀରକୁ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା I ଏହି ଖବର ପହଞ୍ଚିବା ପରେ ସ୍ଵର୍ଗତ ମିଶ୍ରଙ୍କ ପୈତୃକ ଗ୍ରାମ ପ୍ରତାପ ଲକ୍ଷ୍ମଣପୁର ଶାସନରେ ଶୋକର ଛାୟା ଖେଳିଯାଇଥିବା ବେଳେ ରାଧାମୋହନଙ୍କ ଅକାଳ ବିୟୋଗ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ