ଅବସରପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ସୋସୋ କଲେଜକୁ ଅବାଧ ପ୍ରବେଶ ଉପରେ ଅଙ୍କୁଶ ଳଗାଇବା ପାଇଁ ଦାବି

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ସୋସୋ ଠାରେ ôତବା ବଉଳା ଯୁକ୍ତ ଦୁଇ କଲେଜକୁ ଅବସରପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ଅବାଧ ପ୍ରବେଶ ଉପରେ ଅଙ୍କୁଶ ଲଗାଇବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି । ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ସୋସୋ ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାଇ ଏ ଅଞ୍ଚଳର ବୁଦ୍ଧିଜିବୀ, ଶିକ୍ଷାବିତ, ସାଧାରଣ ଚିନ୍ତାଶୀଳ ବ୍ୟକ୍ତିଙ୍କ ଉଦ୍ୟମରେ ଏ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷାର ବିକାଶ ଲାଗି ୧୯୭୮ମସିହାରେ ବଉଳା କଲେଜ ସ୍ଥାପନ କରାଯାଇଥିଲା । ଅନେକ ଘାତ୍ର ପ୍ରତିଘାତ ମଧ୍ୟରେ କଲେଜଟି ଚାଲିବାପରେ ୧୯୯୪ ମସିହାରେ ସରକାରୀ ନିୟାମାନୁଯାଇ ଅନୁଦାନପ୍ରାପ୍ତ ହୋଇଥିଲେ । ଆହୁରି କିଛି ଅଧ୍ୟାପକ ଓ କର୍ମଚାରୀ ଆଜି ପର୍ଯ୍ୟନ୍ତ ଅନୁଦାନ ନପାଇ ଶିକ୍ଷାଦାନ କରିଚାଲିଛନ୍ତି । କିନ୍ତୁ କିଛି ସ୍ୱାର୍ଥପର ଅଧ୍ୟକ୍ଷଙ୍କ ଦ୍ୱାରା ସେମାନେ ଆକ୍ରୋଶର ଶୀକାର ହୋଇ ଅନୁଦାନରୁ ବଞ୍ଚିତ ହୋଇ ନାନା ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ଜଣେ ପୁର୍ବତନ ଅଧ୍ୟକ୍ଷ ୨୦୧୭ରୁ ଏଠାରୁ ବଦଳି ହୋଇଯିବା ପରେ ଚାକିରିରୁ ଅବସର ନେଇ ସାରିଥିଲେ ମଧ୍ୟ ସେ ଏହି କଲେଜକୁ ବାରମ୍ବାର ଆସି ଅଧ୍ୟାପକ ଓ କର୍ମଚାରୀଙ୍କ ଭିତରେ ମାନ ମନାନ୍ତର ସୃଷ୍ଟି କରି କଲେଜର ସୁ ବାତାବରଣକୁ ନଷ୍ଟ କରୁଛନ୍ତି । ଏପରିକି ଅନେକ ଅଧ୍ୟାପକ ମାନଙ୍କୁ ଧମକ ଚମକ ଦେବାସହ ଜୀବନରେ ମାରିଦେବାକୁ ଭୟ ଦେଖାଉଛନ୍ତି । ଯାହାକୁନେଇ କଲେଜରେ ଉପଯୁକ୍ତ ଶିକ୍ଷାଦାନ ହୋଇ ପାରୁ ନାହିଁ । ତେଣୁ କଲେଜରୁ ଅବସର ନେଇ ସାରିଥିବା ଅଧ୍ୟକ୍ଷ, ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ କଲେଜରେ ଅବାଧ ପ୍ରବେଶ ଉପରେ ପୁଲିସ ରୋକ ଲଗାଇବାକୁ ପୁର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ସଭାପତି ପର୍ଶୁରାମ ପେଡା, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ନରହରି ପାତ୍ର, ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ, ନାରାୟଣ ଚନ୍ଦ୍ର ରାଉତ, ରବିନ୍ଦ୍ରନାଥ ରାଉତ, ଭୁବନାନନ୍ଦ ପଟ୍ଟନାୟକ, ଦେବେନ୍ଦ୍ର ପ୍ରଧାନ, ପ୍ରଣବ ମହାନ୍ତି, ବିଦ୍ୟାଧର ପୁହାଣ, ଅଦିକନ୍ଦ ବେହେରା, ସୋସୋ ସରପଞ୍ଚ ରାଜ କିଶୋର ଦାସ ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ