ଅବସରପ୍ରାପ୍ତ କର୍ମଚାରୀଙ୍କ ବୈଠକ

କେନ୍ଦ୍ରାପଡା : ଜିଲ୍ଲାର ଡେରାବିଶି ବ୍ଲକ ଅନ୍ତର୍ଗତ ନହଙ୍ଗ ମା’ମଙ୍ଗଳାପୀଠରେ ଆଂଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ଏକ ବୈଠକ ରଘୁନାଥ ସିହ୍ନାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଙ୍ଘର ସମ୍ପାଦକ ଅଭିମନ୍ୟୁ ସାହୁ ସମ୍ପାଦକୀୟ ବୀବରଣୀ ପାଠ କରିଥିଲେ । ବୈଠକରେ ସଙ୍ଘର ୪ର୍ଥ ବାର୍ଷିକ ଉତ୍ସବ ଆସନ୍ତା ମାର୍ଚ୍ଚମାସ ୨୨ତାରିଖରେ କରାଯିବାକୁ ସ୍ଥିର କରାଯାଇଥିଲା । ଏ ଅଂଚଳରେ ଷଣ୍ଢ,ମାଙ୍କଡ ଓ ବୁଲା କୁକୁରଙ୍କର ଦୈାରାତ୍ମ୍ୟ ବୃଦ୍ଧି ପାଉଥିବାରୁ ତାହାର ପ୍ରତିକାର ନିମନ୍ତେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ସ୍ଥିର କରାଗଲା । ବୈଠକରେ ଉପସ୍ଥିତ ସଦସ୍ୟମାନେ ପରସ୍ପରକୁ ଆବଶ୍ୟକ ସମୟରେ ସହ ଯୋଗ କରିବାକୁ ବଚନବଦ୍ଧ ହୋଇଥିଲେ । ଏଯାବତ ୫ପ୍ରତିଶତ ଡି.ଏ. ମିଳିନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇବା ସହିତ ତାହା ଗତ ଜୁଲାଇମାସ ଠାରୁ ଦିଆଯିବାକୁ ଆନୁସଙ୍ଗିକ ବ୍ୟବସ୍ଥା ହେଉଥିବାରୁ ଆସ୍ୱସ୍ତି ପ୍ରକାଶ ପାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୋଲକ ଚନ୍ଦ୍ର ସାହୁ, ବାବାଜୀ ଚରଣ ସାହୁ, ଭଗବାନ ସାମଲ, ଯଦୁମଣି ଦାସ, ନରସିଂହ ସାହୁ, ଗୈାରାଙ୍ଗ ସାହୁ, ଦୁର୍ଯ୍ୟୋଧନ ପ୍ରଦାନ, କ୍ଷୀରୋଦ ଚନ୍ଦ୍ର ସାମଲ, ନିରଞ୍ଜନ ବିଶ୍ୱାଳ, ଆର୍ତ୍ତତ୍ରାଣ ପାତ୍ର, କୁଞ୍ଜବିହାରୀ ପୋଥାଳ, ବଂଶୀଧର ବେହେରା, ସୁରେନ୍ଦ୍ର କୁମାର ଦାସ, ନାର‌୍ୟାନ ଚନ୍ଦ୍ର ସିଂ,ଦିବାକର ନାୟକ,ମାୟାଧର ସାହୁ, ଜଗବନ୍ଧୁ ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ