ଅବସରପ୍ରାପ୍ତ କର୍ମଚାରୀଙ୍କ ୫ ପ୍ରତିଶତ ମହଙ୍ଗା ଭତ୍ତା ତୁରନ୍ତ ପ୍ରଦାନ ଦାବି

ଛତ୍ରପୁର : ଛତ୍ରପୁର ମଣ୍ଡଳ ରାଜ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ମାସିକ ବୈଠକ ସ୍ଥାନୀୟ ପିଏନ୍‌ୟୁଏ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର କର୍ମଚାରୀମାନଙ୍କୁ ୫ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ ପାଇଁ ଘୋଷଣା କରାଯିବ ସତ୍ତ୍ୱେ କର୍ମଚାରୀଙ୍କୁ ଭତ୍ତା ପ୍ରଦାନ ପାଇଁ ଆଦେଶନାମା ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । ଏଥିସକାଶେ ସଂଘ ସଭାପତି ନରସିଂହ ଆଚାରୀ, ସାଧାରଣ ସଂପାଦକ ସୋମନାଥ ସାହୁ, ସଂପାଦକ କିଶୋର ପାଢୀ, କୋଷାଧ୍ୟକ୍ଷ ବ୍ରହ୍ମାନନ୍ଦ ପାଢୀ, ହିସାବ ନୀରିକ୍ଷକ ଦଣ୍ଡପାଣି ରାଉଳ ଏଭଂ ଯୁଧିଷ୍ଠୀର ମିଶ୍ର, ନିରଞ୍ଜନ ତ୍ରିପାଠୀ, ପ୍ରଫୁଲ କୁମାର ନାୟକ, ସୁବାସିନୀ ସାହୁ,ଟି.କ୍ରିଷ୍ଣା ରାଓ, ଶରତ ପାଣିଗ୍ରାହୀ ଆଦି ଉପସ୍ଥିତ ସଭ୍ୟା/ସଭ୍ୟ ସରକାରଙ୍କ ଏହି ନୀତିକୁ ବିରୋଧ କରିବା ସହ ତୁରନ୍ତ ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନର୍ଥେ ଆଦେଶନାମା ଜାରି କରିବା ପାଇଁ ଦାବି ଉଫସ୍ଥାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ