ଅବସରପ୍ରାପ୍ତ କର୍ମଚାରୀଙ୍କ ପଂଚମ ବାର୍ଷିକ ଉତ୍ସବ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ଡେରାବିଶି ବ୍ଲକ ଅନ୍ତର୍ଗତ ନହଙ୍ଗର ମା ମଙ୍ଗଳାପୀଠରେ ଆଂଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ପଂଚମ ବାର୍ଷିକ ଉତ୍ସବ ରଘୁନାଥ ସିହ୍ନାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶହୀଦ ଦିବସ ଅବସରରେ ସର୍ବପ୍ରଥମେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ରାମଧୁନ ଗାନ କରାଯାଇଥିଲା । ପରେ ସଙ୍ଘର ସମ୍ପାଦକ ଅଭିମନ୍ୟୁ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କରୋନା ଭୟ ଅପସରି ଯାଉଥିବାରୁ ଏଥିନିମନ୍ତେ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଥିଲା । କେନ୍ଦ୍ରାପଡା ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ଅପରିହାର୍ଯ୍ୟ ହୋଇଥିବାରୁ ସଙ୍ଘ ପକ୍ଷରୁ ଏଥିନିମନ୍ତେ ସରକାରଙ୍କ ଦୃଷ୍ଟିଆକର୍ଷଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସଙ୍ଘର ସଭାପତି ଶ୍ରୀ ସିହ୍ନାଙ୍କ ଜୀବନୀ ଉପରେ ଏକ ଡକ୍ୟୁମେଂଟାରୀ ପ୍ରସ୍ତୁତି କରାଯାଉଥିବାରୁ ଏହି ଅବସରରେ ତାଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଙ୍ଘ ପକ୍ଷରୁ ଆସନ୍ତା ମାସରେ ଭ୍ରମଣ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଗଲା । ଏହି ଉତ୍ସବରେ କ୍ଷୀରୋଦ ଚନ୍ଦ୍ର ସାମଲ, ଗୈାରାଙ୍ଗ ଚରଣ ସାହୁ, ଭିକାରୀ ଚରଣ ନାୟକ, ଦୁର୍ଯ୍ୟୋଧନ ପ୍ରଧାନ, ଯଦୁମଣୀ ସିଂହ, ରବୀନ୍ଦ୍ରନାଥ ମହାନ୍ତି, ସୁରେଶ କୁମାର ଦାସ, ଆର୍ତ୍ତତ୍ରାଣ ପାତ୍ର, ଗୋଲକ ଚନ୍ଦ୍ର ସାହୁ, ଗୁରୁ ଚରଣ କବି, ନିରଞ୍ଜନ ବିଶ୍ୱାଳ, ରଘୁନାଥ ରାଉତ, ବଂଶୀଧର ବେହେରା, ଭଗବାନ ସାମଲ, ମାୟାଧର ସାହୁ, ଚକ୍ରଧର ସାହୁ, ବିଶ୍ୱନାଥ ବେହେରା, ଦିବାକର ନାୟକ, କୁଞ୍ଜବିହାରୀ ସାହୁ, ରମେଶ ଚନ୍ଦ୍ର ପୃଷ୍ଟି, କୁଞ୍ଜବିହାରୀ ପୋଥାଳ ପ୍ରମୁଖ ସଙ୍ଘର ସଦସ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ