ଅବସରପ୍ରାପ୍ତ କର୍ମଚାରୀଙ୍କ ପରଲୋକ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଏନ୍ଏସିର ଅବସରପ୍ରାପ୍ତ କର୍ମଚାରୀ ଲିଙ୍ଗରାଜ ପଟ୍ଟନାୟକ (୬୭)ଙ୍କ ଶନିବାର ପରଲୋକ ହୋଇଯାଇଛି। ଅସୁସ୍ଥ ଯୋଗୁଁ ସେ କିଛିଦିନ ହେଲା ଚିକିତ୍ସାଧୀନ ଥିଲେ।ତାଙ୍କ ମରଶରୀରକୁ ଦିଗପହଣ୍ଡି ଉମାଶଙ୍କର କଲୋନୀ ସ୍ଥିତ ବାସଭବନକୁ ଅଣାଯିବା ପରେ ବହୁ ଗଣ୍ଯମାନ୍ଯ ବ୍ଯକ୍ତି ସେଠାରେ ପହଞ୍ଚି ଅନ୍ତିମ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ପରେ ମରଶରୀରକୁ ପୁରୀ ସ୍ବର୍ଗଦ୍ବାର ନିଆଯାଇ ଅନ୍ତିମ ସତ୍କାର କରାଯାଇଥିଲା।ତାଙ୍କ ବିୟୋଗରେ ଦିଗପହଣ୍ଡି ଏନ୍ଏସି ଅଧ୍ଯକ୍ଷ ପ୍ରଫୁଲ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।