ଅବସରପ୍ରାପ୍ତ କର୍ମଚାରୀ ନିରଞ୍ଜନ ବାରିକଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ହାଇସ୍କୁଲର ଶିକ୍ଷକ ଅରୁଣ କୁମାର ବାରିକଙ୍କ ପିତା ତଥା ଧାମନଗର ବ୍ଲକ ନାରାୟଣପୁର(ଦଇପୁର) ଗ୍ରାମର ଅବସରପ୍ରାପ୍ତ କର୍ମଚାରୀ ନିରଞ୍ଜନ ବାରିକ(୭୪)ଙ୍କର ଚଳିତ ମାସ ୧ ତାରିଖରେ ପରଲୋକ ଘଟିଛି । ଗତ କିଛି ଦିନ ତଳେ ସେ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ କଟକସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସ ହସପିଟାଲ ନିଆଯାଇ ଚିକିତ୍ସିତ କରାଯାଉଥିବା ବେଳେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ଶର୍ଯ୍ୟା ନିକଟରେ ପୁଅ, ବୋହୁ, ଝିଅ, ଜ୍ୱାଇଁ, ନାତି, ନାତୁଣୀଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଅନ୍ତିମ ସତ୍କାର କରାଯାଇଥିଲା । ବଡ ପୁଅ ଅରୁଣ ମୁଖାଗ୍ନି ଦେଇଥିଲେ । ସେ ପି.ଏଚ୍.ଇ.ଡି ବିଭାଗରେ ଦୀର୍ଘ ବର୍ଷ ଧରି ଚାକିରୀ କରି ଗତ ୨୦୧୦ ମସିହାରେ ଚାକିରୀରୁ ଅବସର ନେଇଥିଲେ । ସେ ଜଣେ ମିଷ୍ଠଭାଷୀ, ମେଳାପୀ, ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।