ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ଦ୍ୱାରା ୭୪ ତମ ସ୍ୱାଧିନତା ଦିବସ ପାଳନ

ଯାଜପୁର,(ଓ୍ବାଇଏନ୍ଏସ୍):ଯାଜପୁରର ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ଦ୍ୱାରା ୭୪ ତମ ସ୍ୱାଧିନତା ଦିବସ ପାଳନ କରାଯାଇଅଛି । ବିଶ୍ୱ ମହାମାରୀ କରୋନା, କୋଭିଡ଼ -୧୯ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ନୀୟମକୁ ଉଲଙ୍ଗନ ନକରି ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭ୍ୟମାନେ ଦୂରତା ରକ୍ଷାକରି ମୁହଁରେ ମାକ୍ସ ପିନ୍ଧି ସ୍ୱାଧିନତା ଦିବସ ପାଳନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜାତୀୟ ସଂଗୀତ ଗାନକରାଯାଇଥିଲା । ସଂଘର ସଭାପତି ଗୋଳକ ପ୍ରସାଦ ସାହୁ ଭାଷଣ ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ସ୍ମୃତିଚାରଣ କରିଥିଲେ । ସଂଘର ସଭ୍ୟ ମଧୁସୂଦନ ମହାନ୍ତି, ଦେବେନ୍ଦ୍ର ନାଥ ସାହୁ, ବୃନ୍ଦାବନ ମିଶ୍ର, ଅକ୍ଷୟ କୁମାର ମିଶ୍ର ଉପସ୍ଥିତ ରହି ପତକା ଉତ୍ତୋଳନ କାର୍ଯ୍ୟ ସମ୍ପାଦନ କରିଥିଲେ । ସର୍ବ ଶେଷରେ ସଂଘର ସମ୍ପାଦକ ଅକ୍ଷୟ କୁମାର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ