ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ମକରସଂକ୍ରାନ୍ତି
ବାଲେଶ୍ୱର, (ସରୋଜ ପଣ୍ଡା):ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର କାର୍ଯ୍ୟକାରୀ ବୈଠକ ଓ ପବିତ୍ର ମକର ସଂକ୍ରାନ୍ତି ପାଳିତ ହୋଇଯାଇଛି । ସଂଘର ସଭାପତି ଇଂ. ବନମାଳି ନାୟକଙ୍କ ସଭାପତିତ୍ୱରେ ବୈଠକ ଆରମ୍ଭ ହୋଇ ପ୍ରଥମେ ସଂଘର କାର୍ଯ୍ୟନିର୍ବାହୀ ବୈଠକର ବିବରଣୀ ପାଠ, ଆର୍ଥିକ ଆୟବ୍ୟୟ ଉପସ୍ଥାପନ କରାଯାଇଥିଲା । ଦିବଂଗତ ଭୋଗରାଇ ସଂଘର ସଭାପତି ଡାକ୍ତର ବିଜୟ କୁମାର ମିଶ୍ର, ନୀଳଗିରି, ବ୍ରହ୍ମପୁର ସଂଘର ସଭାପତି କାର୍ତ୍ତିକ ଚନ୍ଦ୍ର ବେହେରା, ଶ୍ରୀପତି ଚରଣ ଦାସଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ପରେ ବନ୍ଧୁମିଳନ ଓ ମକର ପାଳନରେ ଶତାଧିକ ବିଜ୍ଞ, ପ୍ରାଜ୍ଞ ଓ ବରିଷ୍ଠ ଅବସରପ୍ରାପ୍ତ ସଭ୍ୟ ଉପସ୍ଥିତ ହୋଇ ଦୃଷ୍ଟାନ୍ତମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ । ମଞ୍ଚରେ ସଭାପତିଙ୍କ ବ୍ୟତୀତ ବରିଷ୍ଠ ସଦସ୍ୟ ଧୀରେନ୍ଦ୍ର ନାରାୟଣ ଦାସ, ଉପସଭାପତି ଇଂ. ସୁରେନ୍ଦ୍ର ନାଥ ଦାସ, ଶ୍ରୀମତୀ ପୁଷ୍ପଲତା ମହାନ୍ତି ଉପସ୍ଥିତ ଥିବାବେଳେ ସାଧାରଣ ସମ୍ପାକ ବସନ୍ତ ନାୟକ, ଯୁଗ୍ମ ସମ୍ପାଦକ ସୁଦର୍ଶନ ଦାସ, ଅର୍ଥ ସମ୍ପାଦକ ଦାମୋଦର ନାୟକ ଓ ସଂଗଠନ ସମ୍ପାଦ ସୁଜିତ୍ କୁମାର ଜେନା ବୈଠକ ପରିଚାଳନା ଓ ବନ୍ଧୁମିଳନ ପର୍ବରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ସମବେତ ଭଜନ ‘ଅଖିଳ ବ୍ରହ୍ମାଣ୍ଡପତି’ ଗାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମିଳନ ପର୍ବରେ ଡ. ଅମରେନ୍ଦ୍ର ଲାଲ୍ ଦତ୍ତ, ଧୀରେନ୍ଦ୍ର ନାରାୟଣ ଦାସ, ପ୍ରଫେସର ରମେଶ ଚନ୍ଦ୍ର ମିଶ୍ର, ପ୍ରଫେସର ହରେକୃଷ୍ଣ ସାହୁ, ପଫେସର ନରୋତ୍ତମ ପରିଡ଼ା, ପ୍ରଫେସର ହରିଶ୍ଚନ୍ଦ୍ର ବାରିକ, ପ୍ରାକ୍ତନ ସ୍ୱତନ୍ତ୍ର ସଚିବ ଦୀନେଶ ଚନ୍ଦ୍ର ନାୟକ, କବୟିତ୍ରୀ ସିନ୍ଧୁ ସେନ୍, କଳ୍ପନା ଦାସ, ନିରଞ୍ଜନ ପରିଡ଼ା, ଉପଦେଷ୍ଟା ଜ୍ଞାନେନ୍ଦ୍ରନାଥ ସାହୁ, ଯୁଗ୍ମ ସମ୍ପାଦକ ସୁଦର୍ଶନ ଦାସ, ବ୍ରହ୍ମପୁର ଶାଖାର ରବିନାରାୟଣ ଚୌଧୁରୀ ବକ୍ତବ୍ୟ ରଖିଥିଲେ । ସୁଜିତ୍ କୁମାର ଜେନା ସ୍ୱରଚିତ ଭଜନ ଗାନ କରିଥିଲେ । ପରିଶେଷରେ ‘ସହାୟକ’ର ସମ୍ପାଦକ ବିଜୟ କୁମାର ଦାସଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।