ଅବସରପ୍ରାପ୍ତ ଛାତ୍ରବତ୍ସଳ କ୍ରୀଡାଶିକ୍ଷକଙ୍କ ବିୟୋଗରେ ଗଭୀର ଶୋକ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବ୍ଳକ ଅଧିନସ୍ଥ ନିମିନା ଗ୍ରାମର ଅବସରପ୍ରାପ୍ତ ଛାତ୍ରବତ୍ସଳ କ୍ରୀଡାଶିକ୍ଷକ ଦେବରାଜ ନାୟକ (ବୟସ ପ୍ରାୟ ୬୨ବର୍ଷ)ଙ୍କର ଅସୁସ୍ଥତା ଜନିତ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ନାୟକ ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ, କର୍ତ୍ତବ୍ୟନିଷ୍ଟ, ସୁସଂଗଠକ, ସଚ୍ଚୋଟ ଓ ଅବସରପ୍ରାପ୍ତ ଛାତ୍ରବତ୍ସଳ କ୍ରୀଡାଶିକ୍ଷକ ଭାବେ ପରିଚିତ ଥିବା ସାଙ୍ଗକୁ ହକି, ଧନୁତୀର ଓ ଭଲିବଲ୍ ଖେଳାଳୀଙ୍କୁ ପ୍ରଶିକ୍ଷଣ ଦେବାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ତାଙ୍କର ଅକାଳ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ବ୍ଳକ ଅଧୀନସ୍ଥ ନିମିନା ଗ୍ରାମର ବଡସାହିର ବାସିନ୍ଦା ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଦେବରାଜ ନାୟକଙ୍କ ଅସୁସ୍ଥତା କାରଣରୁ ଦେହାନ୍ତ ହୋଇଯାଇଥିବା ବେଳେ ତାଙ୍କର ଅନ୍ତିମ ସଂସ୍କାର ଏକ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶଶ୍ମାନରେ ସଂପନ୍ନ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ ନିଳିମା ନାୟକ, ପୁତ୍ର ସୁନାମ ନାୟକ ଓ ଶୁଭଚନ୍ଦନ ନାୟକଙ୍କ ସମେତ ପରିବାରବର୍ଗ ଓ ଆତ୍ନୀୟସ୍ୱଜନ ଉପସ୍ଥିତ ଥିଲେ । ଛାତ୍ରବତ୍ସଳ ଅବସରପ୍ରାପ୍ତ କ୍ରୀଡାଶିକ୍ଷକ ଦେବରାଜ ନାୟକଙ୍କ ଅକାଳ ବିୟୋଗରେ ବରିଷ୍ଠ ବିଜେପି ନେତା ଶିବ କୁମାର ନାୟକ, ସମାଜସେବୀ ସିମାଂଚଳ ନାୟକ, ନିମିନା ଗ୍ରାମ ପଂଚାୟତର ସରପଂଚ ବିଦ୍ୟାନ୍ତ କୁମାର ଚର୍ଚ୍ଚି, ଆସିକା ଆଥ୍ଲେଟିକ୍ ଏସୋସିଏସନ୍ ଟାଉନ୍ହଲର ସଭାପତି ଦିଲୀପ କୁମାର ପାଣିଗ୍ରାହୀ ଓ ସଂପାଦକ ଏମ୍.ତାରିଣୀ ସେନାପତି, କ୍ରୀଡାବିତ୍ ବି.ରାମବାବୁ ରେଡୀ, ସ୍ୱଦେଶ କୁମାର ଦଳେଇ, କୈଳାଶ ଚନ୍ଦ୍ର ଗୌଡ, ନବଘନ ବାଡତ୍ୟା, ମଦନ ମୋହନ ବାଡତ୍ୟା, ଚିତ୍ତରଂଜନ ଆଚାର୍ଯ୍ୟ, ପଦ୍ମ ଚରଣ ବିଷୋୟୀ, ବଂଶୀଧର ପରିଡା, ନିରଂଜନ ପରିଡା, ଶିବଶଙ୍କର ଜେନା, ଚିନାବାବୁ ରେଡି, ବୀର ମିଶ୍ର, ଲିଙ୍ଗରାଜ ପଣ୍ଡା, ଚନ୍ଦ୍ରଶେଖର ଦାଶ, ଧିରେନ୍ଦ୍ର କୁମାର ସ୍ୱାଇଁ, ମନୋରଂଜନ ପଣ୍ଡା, ଚନ୍ଦ୍ରକଳା ସ୍ୱାଇଁ, ଜଗନ୍ନାଥ ବିଶ୍ୱାଳ, ସନ୍ତୋଷ କୁମାର ବେହେରା, ସୁଧୀର କୁମାର ପାଢୀ, ପି.ଆନନ୍ଦ ପାତ୍ର, ବାବାନାଥ ସ୍ୱାଇଁ, ପାଣ୍ଡବେଶ୍ୱର ଗୌଡ, ଗୋପାଳକୃଷ୍ଣ ମହାରଣା, ସଦାନନ୍ଦ ବିଷୋୟୀ ପ୍ରମୁଖ ଗଭୀର ଶୋକପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଥିବା ଜଣାପଡିଛି ।