ଅବସରପ୍ରାପ୍ତ ଟେଲକୋ ଅଧିକାରୀଙ୍କ ଅକଳ ବିୟୋଗ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ଓରାଳି ଗ୍ରାମର ଅବସରପ୍ରାପ୍ତ ଟେଲକୋ ଅଧିକାରୀ ହେମନ୍ତ କୁମାର ଦାସଙ୍କ ୬୭ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ସେ ଭୁବନେଶ୍ୱରର ଏକ ଡାକ୍ତରଖାନାକୁ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଯାଇଥିବାବେଳେ ସେଠାରେ ତାଙ୍କର ଅକସ୍ମାତ ବିୟୋଗ ଘଟିଥିଲା । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ, ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ସମଗ୍ର ଗ୍ରାମରେ ପରିଚିତ ଥିଲେ । ତାଙ୍କ ବିୟୋଗରେ ସମଗ୍ର ଓରାଳି ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଛି । ତାଙ୍କ ପରଲୋକରେ ପୁର୍ବତନ ସରପଞ୍ଚ ଅରୁଣ କୁମାର ପ୍ରଧାନ, ସମାଜସେବୀ ସୁଧାଶୁଂ ଦକ୍ଷିଣରାୟ, ଗୌରାଙ୍ଗ ପୁହାଣ, ଅକ୍ଷୟ କୁମାର ମହାପାତ୍ର, ତ୍ରୀଲୋଚନ ପୁହାଣ, ରମେଶ ଚନ୍ଦ୍ର ବାରିକ, ସଞ୍ଜୟ ପଟ୍ଟନାୟକ, ପ୍ରତାପ ଚନ୍ଦ୍ର ଜେନା, ହରିଶ୍ଚନ୍ଦ୍ର ଜେନା ପ୍ରମୁଖ ଗଭୀର ଶୋକପ୍ରକାଶ କରି ତାଙ୍କ ପରିବାରକୁ ସମବେଦନା ଜରାଇବା ସହ ଓରାଳି ଗାଁ ଜଣେ ପ୍ରତିଭାଶାଳୀ ବ୍ୟକ୍ତିଙ୍କୁ ହରାଇଲା ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ