ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ବିୟୋଗ
ବାରିକପୁର, ,(ୱାଇଏନଏସ) ; ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ବିୟୋଗ ଘଟିଛି । ସେ ସ୍ଥାନୀୟ ଚତୁର୍ଭୁଜପୁର ପ୍ରାଥମିକ ବିଦ୍ୟାଳୟରୁ ଅବସର ଗ୍ରହଣ କରିବା ପରେ ରହଣିଆ ସ୍ଥତ ବାସଭବନରେ ବସବାସ କରି ଆସୁଥିଲେ । ବାର୍ଦ୍ଧକ୍ୟ ଜନିତ କାରଣ ଯୋଗୁ ସେ ଦୀର୍ଘଦିନ ହେବ ଶଯ୍ୟାଶାୟୀ ଥିବାରୁ ଗତ ମଙ୍ଗଳବାର ଦିନ ତାଙ୍କର ୮୫ବର୍ଷ ବୟସରେ ବିୟୋଗ ଘଟିଥିଲା । ମୃତ୍ୟୁ ଶଯ୍ୟା ନିକଟରେ ପୁଅ ନିର୍ମଳ ନାୟକଙ୍କ ସମେତ ବିମଳ, ମନୋରଞ୍ଜନ, ରଶ୍ମିରଞ୍ଜନ, ଜ୍ୱାଇ ଚକ୍ରଧର, ନରେନ୍ଦ୍ର, ଚିତ୍ତରଞ୍ଜନ, ଝିଅ ଅରୁନ୍ଧତୀ, ପଦ୍ମାବତୀ, ମନୋଜ ମଞ୍ଜରୀ ଓ ନାତିନାତୁଣୀ ମାନେ ଉପସ୍ଥିତ ଥିଲେ । ଗାଁ ମସାଣୀରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ପୁଅ ଲଳିତମୋହନ ନାୟକ ମୁଖାଗ୍ନି ଦେଇଥିଲେ ।

 
            
