ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ମଞ୍ଚର ବୈଠକ
ବୁଗୁଡା -ବୁଗୁଡା ବ୍ଲକ ଅବସରପ୍ରାପ୍ତ ଶିକ୍ଷକ ମଞ୍ଚର ପ୍ରଥମ କାର୍ୟ୍ୟକାରୀଣି କମିଟି ବୈଠକ ଶୁକ୍ରବାର ଦିନ ଶିକ୍ଷକ ଭବନରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ବିଶ୍ୱ ମୋହନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାଶ, ଉପେନ୍ଦ୍ର ପଟ୍ଟନାୟକ,ଓ ନନ୍ଦକିଶୋର ମିଶ୍ର,ଏବଂ ଉପସଭାପତି ବିପିନ ବିହାରୀ ପଟ୍ଟନାୟକ, ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ, ସହସମ୍ପାଦକ ଗୌରୀପତି ଦାଶ ପ୍ରମୁଖଙ୍କ ସମେତ କାର୍ୟ୍ୟକାରିଣୀ ସଦସ୍ୟ ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ଶିକ୍ଷକ ସୌରଭ ଉତ୍ସବ ଶ୍ରୀ ବିରଞ୍ଚିନାରାୟଣ କଲ୍ୟାଣି ମଣ୍ଡପରେ ଅନୁଷ୍ଠିତ ହେବାକୁ ସ୍ଥିର ହେବା ସହ ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ନାଥ ସ୍ଵାଇଁଙ୍କୁ ସମ୍ମାନିତ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ସେହି ଉତ୍ସବକୁ ବିଧାୟକ, ତହସିଲଦାର,ବିଡ଼ିଓ, ଆଇଆଇସି,ବିଇଓ ପ୍ରଭୃତିଙ୍କୁ ଅତିଥି ଭାବରେ ଡାକିବାକୁ ସ୍ଥିର ହୋଇଥିଲା।


