ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘ ବାର୍ଷିକ ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱରର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘର ସପ୍ତମ ବାର୍ଷିକ ସମ୍ମିଳନୀ ବୁଧବାର ଅନୁଷ୍ଠିତ ହୋଇଯାଇଛି ।ଏଆୟୋଜିତ କାର୍ଯ୍ୟକ୍ରମରେ ବ୍ୟାଙ୍କ ଅଫ ବରୋଦାର ଅବସରପ୍ରାପ୍ତ ମହାପ୍ରବନ୍ଧକ ତଥା ବ୍ୟାଙ୍କ ଅଫ ବରୋଦା ଅଫିସର ସଂଘର ପୂର୍ବତନ ଭୂବନେଶ୍ୱର ଆଂଚଳିକ ସମ୍ପାଦକ ଡ. ମନୋରଞ୍ଜନ ଭୂୟାଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଶ୍ୱ ଓ ଜାତୀୟ ଅର୍ଥନୀତିରେ ଭାରତୀୟ ବ୍ୟାଙ୍କ ଗୁଡିକର ପରିଚାଳନାଗତ ସମସ୍ୟା ଏବଂ ଉଦାରୀକରଣ ଅର୍ଥନୀତିର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଆ ଭାଷା ଓ ସଂସ୍କୃତି ଗବେଷିକା ଅବସରପ୍ରାପ୍ତ ପ୍ରାଧ୍ୟପିକା ଡ. ସୁସ୍ମିତା ରାଉତ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସାମାଜିକ ଅବକ୍ଷୟ ରୋକିବା ଦିଗରେ ବରିଷ୍ଠ ନାଗରିକ ଓ ଶିକ୍ଷିତ ବର୍ଗଙ୍କ ଦାୟିତ୍ୱ ବୋଧତା ସମ୍ପର୍କରେ ଆଲୋଚନା କରିଥିଲେ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କ୍ଷେତ୍ରୀୟ ପ୍ରବନ୍ଧକ ପୁରୁଷୋତ୍ତମ ପଟ୍ଟନାୟକ, ୟୁକୋ ବ୍ୟାଙ୍କର କ୍ଷେତ୍ରୀୟ ପ୍ରବନ୍ଧକ ଲଲାଟେନ୍ଦୁ ବେହେରା, ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆର କ୍ଷେତ୍ରୀୟ ଉପମୁଖ୍ୟ ପ୍ରବନ୍ଧକ ଅଶୋକ କୁମାର ମିଶ୍ର, ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ସଂଘର ବାଲେଶ୍ୱର ଜିଲ୍ଲା ସଭାପତି ଇଂ ବନମାଳି ନାୟକ ପ୍ରମୁଖ ଏଥିରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ୭୫ବର୍ଷ ଅତିକ୍ରାନ୍ତ କରିଥିବା ବରିଷ୍ଠ ସଦସ୍ୟ ନୃସିଂହ ଚରଣ ଦାସ, ବିଷ୍ଣୁପଦ ଭୌମିକ ଓ ଗଦାଧର ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଗଠନର ସଭାପତି ଉପେନ୍ଦ୍ର ନାରାୟଣ ବିଶ୍ୱାଳ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଶରତ କୁମାର ପଣ୍ଡା ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । କୋଷାଧ୍ୟକ୍ଷ ମୃତ୍ୟୁଞ୍ଜୟ ପ୍ରଧାନ ବାର୍ଷିକ ଆୟବ୍ୟୟର ହିସାବ ରଖିଥିଲେ । ସଂଘର ସାଂଗଠନିକ ସମ୍ପାଦକ ନିରଞ୍ଜନ ପଣ୍ଡା ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିବା ବେଳେ ଉପଦେଷ୍ଟା ରଞ୍ଜନ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ଉପସଭାପତି ଅମର ନାଥ ସେଠୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଂଗଠନର ଉପସଭାପତି ହରିମୋହନ ମଲ୍ଲିକ, ସୁଶ୍ରୀ ଅମିତା ଦେ ଓ ଗୋପାଳକୃଷ୍ଣ ବେହେରା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ରାଜେନ୍ଦ୍ର କୁମାର ରାଉତଙ୍କ ସମେତ ସଂଗଠନର ବହୁ ସଦସ୍ୟ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ