ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘ ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘର ଏକ ବୈଠକ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ ଥିବା ରୋହିଣୀ ମଣ୍ଡପରେ ସଙ୍ଘର ସଭାପତି ନିତ୍ୟାନନ୍ଦ ମହାନ୍ତିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାର ମୁଖ୍ୟ ପରିଚାଳକ ପ୍ରକାଶ ଚନ୍ଦ୍ର ଗ୍ରହାଚାର୍ଯ୍ୟ, ଉପପରିଚାଳକ ସୁରେଶ କୁମାର ପୃଷ୍ଟି ଓ ଭାରତୀୟ ଷ୍ଟେଟବ୍ୟାଙ୍କ କର୍ମଚାରୀ ସଙ୍ଘ କେନ୍ଦ୍ରାପଡା ଶାଖା ସମ୍ପାଦକ ତଥା କେନ୍ଦ୍ରାପଡା ଜିଲ୍ଲା ସଂଗଠନ ସମ୍ପାଦକ ଚିରଞ୍ଜିବୀ ଜେନା ପ୍ରମୁଖ ଯଥାକ୍ର୍ରମେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ବୈଠକ ପ୍ରାରମ୍ଭରେ ସଙ୍ଘର ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପ ବିବରଣୀ ପ୍ରଦାନ କରିବା ସହିତ ଷ୍ଟେଟବ୍ୟାଙ୍କ କେନ୍ଦ୍ରାପଡା ଶାଖାରେ ବ୍ୟାଙ୍କ ପରିଚାଳିତ ଡିସପେନସରୀ ଖୋଲାଯିବା ଓ ପେନସନ ଭୋଗୀ ବରିଷ୍ଠ ନାଗରିକମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ନିମନ୍ତେ ମୁଖ୍ୟ ପରିଚାଳକଙ୍କୁ ଅନୁରୋଧ ଜଣାଇଥିଲେ । ଏହି ବୈଠକରେ ମାଧବାନନ୍ଦ ମହାପାତ୍ର, ରମ ଚନ୍ଦ୍ର ସେଠୀ, ଗୈାରାଙ୍ଗ ଚରଣ ସାହୁ, ସୈାର ପ୍ରସାଦ ତ୍ରିପାଠୀ, କ୍ଷୀରୋଦ ଚନ୍ଦ୍ର ବେହେରା, ସଙ୍ଘମିତ୍ରା ସିଂହ, ପ୍ରହଲ୍ଲାଦ ମହାରଣା, ଦୁର୍ଯ୍ୟୋଧନ ସେଠୀ, ଉଦୟନାଥ ସାହୁ, ଉମେଶ ପରିଡା, ସୁନାକର ଜେନା, ଭୀମସେନ ଦାସ, ହରିପଦ ପଣ୍ଡା, ଶରତ ମୁଦୁଲି, ଅତୁଲ ଚନ୍ଦ୍ର ଗିରି, ମହେନ୍ଦ୍ର ମିଶ୍ର, କୁଞ୍ଜ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ନୂତନ ସଭ୍ୟ ପ୍ରହଲ୍ଲାଦ ମହାରଣାଙ୍କୁ ସଙ୍ଘ ପକ୍ଷରୁ ସ୍ୱାଗତ କରାଯାଇଥିଲା । ସାଧାରଣ ସମ୍ପାଦକ ଶ୍ରୀ ମେକାପ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ