ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଦେହାନ୍ତ

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ରବିବାର ଦିନ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ପ୍ରେମାନନ୍ଦ ସାହୁ ମସ୍ତିଷ୍କରେ ରକ୍ତସ୍ରାବ (ବ୍ରେନ୍ ହେମରେଜ) ଜନିତ କାରଣରୁ ଇହଧାମ ତ୍ୟାଗ କରିଥିବାରୁ ବରଗଡ଼, କଳାପାଣି ଓ ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ! ସ୍ବର୍ଗତ ସାହୁ ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ବରଗଡ଼ ମୁଖ୍ୟ କାର୍ଯ୍ୟାଳୟରେ ଡ୍ରାଇଭର ଭାବେ କାର୍ଯ୍ୟ କରି ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ। ସେ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ। ଅବସର ନେବାପରେ ସେ ତାଙ୍କ ପୁତ୍ର ଓ ପରିବାର ସହିତ ପଦ୍ମପୁରରେ ଅବସ୍ଥାନ କରୁଥିଲେ । ରବିବାର ସକାଳେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ସକାଳ ୯ ଘ. ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପୈତୃକ ଗ୍ରାମ କଳାପାଣିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ତାଙ୍କ ପୁତ୍ର ଦୀପକ ମୁଖାଗ୍ନି ଦେଇଥିଲେ। ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ସେ ପତ୍ନୀ ବିଜଲି, ପୁତ୍ର ଦୀପକ, ପୁତ୍ରବଧୂ ବବଲି, କନ୍ୟା ରୋଜି, ଜାମାତା କୁନୁ ଓ ନାତୁଣୀ ସାଇଶ୍ରୀୟାଙ୍କୁ ଛାଡି ଚାଲିଯାଇଛନ୍ତି।ସ୍ବର୍ଗତ ସାହୁ ଙ୍କ ମୃତ୍ୟୁ ଖବର ପାଇ ବ୍ୟାଙ୍କ ର ସଭାପତି ଅବିନାଶ ପତି, ସଂପାଦକ ପ୍ରଦୀପ୍ତ କୁମାର ସାହୁ,ଏଜିଏମ ସୁଧୀର କୁମାର ଭୋଇ, ନିର୍ଦ୍ଦେଶକ ପ୍ରଦୀପ କୁମାର ମହାପାତ୍ର, ଉପସଭାପତି ବୁଲ ବୁଲ ଦେବତା ତଥା ସମସ୍ତ ବ୍ୟାଙ୍କ କର୍ମଚାରୀ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ