ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘର ବନ୍ଧୁମିଳନ

କେନ୍ଦ୍ରାପଡା(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘର ଏକ ବନ୍ଧୁ ମିଳନ ଉତ୍ସବ କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ପବିତ୍ର ଅଁଳା ନବମୀ ଅବସରରେ ସଙ୍ଘର ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପଙ୍କ ପ୍ରାୟୋଜନାରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ଉପଦେଷ୍ଠା ମାଧବାନନ୍ଦ ମହାପାତ୍ରଙ୍କ ପୋରହିତ୍ୟରେ ଅନୁଷ୍ଠିତ ଏହି ବନ୍ଧୁମିଳନ ଉତ୍ସବକୁ ସଙ୍ଘର କୋଷାଧ୍ୟକ୍ଷ ଗୈାରାଙ୍ଗ ଚରଣ ସାହୁ,କ୍ଷୀରୋଦ ଚନ୍ଦ୍ର ବେହେରା ପ୍ରମୁଖ ପରିଚାଳନା କରିଥିଲେ । ସଙ୍ଘର ବରିଷ୍ଠ ସଦସ୍ୟ ହରିପଦ ପଣ୍ଡା ପବିତ୍ର ଅଁଳା ନବମୀ ଓ ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଏହି ଉତ୍ସବ ଆୟୋଜନର ଭୂୟସି ପ୍ରଶଂସା କରିଥିଲେ । ଶ୍ରୀ ବଳଦେବଜୀଉ ମନ୍ଦିର ନିକଟରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଏ.ଟି.ଏମ.ଟି ଦୀର୍ଘଦିନ ଧରି ବନ୍ଦ ରହିଥିବାରୁ ସଭ୍ୟମାନେ ଏଥିନିମନ୍ତେ ଗଭୀର ଉଦବେଗ ପ୍ରକାଶ କରିବା ସହ ବ୍ୟାଙ୍କ କତ୍ତୃପକ୍ଷ ତୁରନ୍ତ ସେହି ଏ.ଟି.ଏମ.ରେ ନିରବଛିନ୍ନ ସେବା ଯୋଗାଇଦେବାକୁ ନିବେଦନ କରି ଏକ ପ୍ରସ୍ତାବ ଗୃହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଙ୍ଘର ସଦସ୍ୟ ରବିନ୍ଦ୍ର ନାଥ ସାହୁ,ଶରତ କୁମାର ମୁଦୁଲି,ନିତ୍ୟାନନ୍ଦ ସେଠୀ,ରାମଚନ୍ଦ୍ର ସେଠୀ,ସୁନାକର ଜେନା,ପ୍ରମୋଦ ସାହାଣୀ,ପ୍ରସନ୍ନ କୁମାର ସ୍ୱାଇଁ,ଭୀମସେନ ଦାସ,ଜିତେନ କର,ମହେନ୍ଦ୍ର କୁମାର ମିଶ୍ର,ନିରଞ୍ଜନ ମହାରଣା,ବିପିନ ବିହାରୀ ପରିଡା,ଦୁର୍ଯ୍ୟୋଧନ ସେଠୀ,ସୈାର ପ୍ରସାଦ ତ୍ରିପାଠୀ ପ୍ରମୁଖ ଆଧ୍ୟାତ୍ମିକ ପରିବେଶରେ ଭଗବତ ଦର୍ଶନ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ପ୍ରସାଦ ସେବନକରି କାର୍ଯ୍ୟକ୍ରମର ଆୟୋଜନ ନିମନ୍ତେ ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀ ମେକାପଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ