ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘର ବନ୍ଧୁମିଳନ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବୁଧବାର ପାରାଦୀପର ନେହେରୁ ବଙ୍ଗଳା ନିକଟସ୍ଥ ସମୁଦ୍ରତଟ ପ୍ରମୋଦ ଉଦ୍ୟାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଙ୍ଘର ସଭାପତି ନିତ୍ୟାନନ୍ଦ ମହାନ୍ତିଙ୍କ ପୈାରହିତ୍ୟରେ ବନ୍ଧୁମିଳନ ଓ ବଣଭୋଜି ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଙ୍ଘର ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପଙ୍କ ପ୍ରସ୍ତାବିତ କେନ୍ଦ୍ରାପଡା ଜନମାନସର ପ୍ରତୀକ ପ୍ରଖ୍ୟାତ ସମାଜବାଦୀ ନେତା,ପୂର୍ବତନ ମନ୍ତ୍ରୀ,ନିର୍ଭିକ ,ନିଷ୍ଠାପର,ସତ୍ୟବାଦୀ,ସର୍ବମାନ୍ୟ ଜନନେତା ଭାଗବତ ପ୍ରସାଦ ମହାନ୍ତିଙ୍କ ବିୟୋଗରେ ଏକ ଶୋକ ପ୍ରସ୍ତାବ ଆଗତ କରାଯାଇ ସୂର୍ଗତ ଆତ୍ମାର ସଦଗତି କାମନା ପୂର୍ବକ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଙ୍ଘର ସହକାରୀ ସମ୍ପାଦକ ଉମେଶ ଚନ୍ଦ୍ର ପରିଡାଙ୍କ ପ୍ରାୟୋଜିତ ବଣଭୋଜିରେ ସଙ୍ଘର ବରିଷ୍ଠ ସଦସ୍ୟ କ୍ଷୀରୋଦ ଚନ୍ଦ୍ର ବେହେରା ବନ୍ଧୁମିଳନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସଙ୍ଘର ଦୁଇ ବରିଷ୍ଠ ସଦସ୍ୟ ପ୍ରମୋଦ ସାହାଣୀ ଓ ମହେନ୍ଦ୍ର କୁମାର ମିଶ୍ର ଅସୁସ୍ଥତା ହେତୁ ଅନୁପସ୍ଥିତ ଥିବାରୁ ଉଭୟଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ ଇଶ୍ୱରଙ୍କ ନିକଟରେ ସମୁହ ପ୍ରାର୍ଥନା କରାଯାଇଥିଲା । ସଙ୍ଘର ବରିଷ୍ଠ ଉପଦେଷ୍ଟା ମାଧବାନନ୍ଦ ମହାପାତ୍ର,ଅତୁଲ ଚନ୍ଦ୍ର ଗିରି,ଦୁର୍ଯ୍ୟୋଧନ ସେଠୀ ଅବସର ପରେ ସମୁଦ୍ରତଟସ୍ଥ ପ୍ରାକୃତିକ ପରିବେଶ ପୂର୍ଣ୍ଣ ପ୍ରମୋଦ ଉଦ୍ୟାନରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରୁ ବହୁତ ମାନସିକ ଶାନ୍ତି ଓ ଶାରିରୀକ ସୁସ୍ଥତା ମିଳୁଥିବା ସମ୍ପର୍କରେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ସେଠୀ,ରବିନ୍ଦ୍ର ନାଥ ସାହୁ,ନିତ୍ୟାନନ୍ଦ ସେଠୀ,ଭୀମସେନ ଦାସ,ପ୍ରସନ୍ନ କୁମାର ସ୍ୱାଇଁ,ସୁନାକର ଜେନା ପ୍ରମୁଖ ଏହି ବନ୍ଧୁ ମିଳନରେ ଉପସ୍ଥିତ ଥିଲେ । ଶେଷରେ ବନ୍ଧୁମିଳନ କାର୍ଯ୍ୟକ୍ରମର ସଫଳତା ପାଇଁ ସାଧାରଣ ସମ୍ପାଦକ ଶ୍ରୀ ମେକାପଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।