ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘର ଏକ ବୈଠକ ଶୁକ୍ରବାର ସହରର ବଡବାରଙ୍ଗସ୍ଥିତ ସଙ୍ଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଙ୍ଘର ସଭାପତି ନିତ୍ୟାନନ୍ଦ ମହାନ୍ତିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ବୈଠକରେ ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପ ବୀବରଣୀ ପ୍ରଦାନ କରିଥିଲେ । ସଙ୍ଘର ବୟୋଜ୍ୟେଷ୍ଠ ସଦସ୍ୟ ହରିପଦ ପଣ୍ଡା ଜାନୁଆରୀମାସ ୧୧ତାରିଖରୁ ୧୩ତାରିଖ ପର୍ଯ୍ୟନ୍ତ ୩ଦିନ ବ୍ୟାପି ମାଡ୍ରାସ ସହରରେ ଅନୁଷ୍ଠିତ ତାମିଲନାଡୁ ରାଜ୍ୟ ସରକାର ଓ ତାମିଲନାଡୁ ଡାକବିଭାଗ ଦ୍ୱାରା ଆୟୋଜିତ ସର୍ବଭାରତୀୟ ଡାକଟିକେଟ ପ୍ରଦର୍ଶନୀରେ ଅଂଶଗ୍ରହଣ କରି ରୋପ୍ୟ ପଦକ ବିଜେତା ହୋଇଥିବାରୁ ତାଙ୍କୁ ସଙ୍ଘ ପକ୍ଷରୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା । ସଦସ୍ୟ ଶ୍ରୀ ପଣ୍ଡା ଡାକଟିକେଟ ସଂଗ୍ରହ କିଭଳି ତାଙ୍କର ଏକ ନିଶାରେ ପରିଣତ ହୋଇଥିଲା ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏଥିସହିତ ସଙ୍ଘର ଅନ୍ୟତମ ସଦସ୍ୟ ଅତୁଲ ଚନ୍ଦ୍ର ଗିରି େ ଷ୍ଟଟବ୍ୟାଙ୍କ ପେନସନ ଭୋଗି ସଙ୍ଘର ଜିଲ୍ଲା ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ମଧ୍ୟ ସଙ୍ଘ ପକ୍ଷରୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବୈଠକରେ ସଙ୍ଘର ଉପସଭାପତି ସୈାର ପ୍ରସାଦ ତ୍ରିପାଠୀ, ଉପଦେଷ୍ଟା ମାଧବାନନ୍ଦ ମହାପାତ୍ର, ସଦସ୍ୟ ଦୁର୍ଯ୍ୟୋଧନ ସେଠୀ, ଶରତ କୁମାର ମୁଦୁଲି, ବିପିନ ବିହାରି ପରିଡା, ରବିନ୍ଦ୍ର ନାଥ ସାହୁ, ଜଟାଧାରୀ ସେଠୀ, ସୁନାକର ଜେନା, ଉମେଶ ଚନ୍ଦ୍ର ପରିଡା, ଭୀମସେନ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ନିତ୍ୟାନନ୍ଦ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ