ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘର ନୂତନ କର୍ମକର୍ତ୍ତା ନିର୍ବାଚନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘର ସାଧାରଣ ପରିଷଦ ବୈଠକ ବଡବାରଙ୍ଗସ୍ଥିତ କାର୍ଯ୍ୟାଳୟରେ ସଙ୍ଘର ସଭାପତି ନିତ୍ୟାନନ୍ଦ ମହାନ୍ତିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଙ୍ଘର ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପ ସଙ୍ଘର ବାର୍ଷିକ ବିବରଣୀ ପ୍ରଦାନ କରିବା ସହ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯିବାକୁ ପ୍ରସ୍ତାବ ଦେଇଥିଲେ । ବରିଷ୍ଠ ସଦସ୍ୟ ହରିପଦ ପଣ୍ଡାଙ୍କ ପରିଚାଳନାରେ ସଙ୍ଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇ ସଭାପତି ଭାବେ ନିତ୍ୟାନନ୍ଦ ମହାନ୍ତି, ଉପସଭାପତି ଭାବେ ସୈାର ପ୍ରସାଦ ତ୍ରିପାଠୀ ଓ ଦୁର୍ଯ୍ୟୋଧନ ସେଠୀ, ସାଧାରଣ ସମ୍ପାଦକ ଭାବେ ଗଣେଶ୍ୱର ମେକାପ, ଯୁଗ୍ମ ସମ୍ପାଦକ ଭାବେ କ୍ଷୀରୋଦ ଚନ୍ଦ୍ର ବେହେରା, ସହ ସମ୍ପାଦକ ଭାବେ ଉମେଶ ଚନ୍ଦ୍ର ପରିଡା, କୋଷାଧ୍ୟକ୍ଷ ଭାବେ ଗୈାରାଙ୍ଗ ଚରଣ ସାହୁ, ମୁଖ୍ୟ ଉପଦେଷ୍ଟା ଭାବେ ବିଜୟ କୁମାର ବରାଳ, ଉପଦେଷ୍ଟା ଭାବେ ମାଧବାନନ୍ଦ ମହାପାତ୍ର ଓ ମହେନ୍ଦ୍ର କୁମାର ମିଶ୍ର, କାର୍ଯ୍ୟକାରୀ କମିଟି ସଭ୍ୟ ଭାବରେ ଉଦୟନାଥ ସାହୁ, ସୁନାକର ଜେନା ଓ ପ୍ରମୋଦ ସାହାଣୀଙ୍କୁ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଥିଲା । ଶେଷରେ ସଙ୍ଘର ବରିଷ୍ଠ ସଦସ୍ୟ ରାମଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ