ଅବସରପ୍ରାପ୍ତ ମୁଖ୍ୟ ପୋଷ୍ଟମାଷ୍ଟରଙ୍କ ବିୟୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସାହୁଙ୍କ ପିତା ତଥା ଡାକ ବିଭାଗର ଅବସରପ୍ରାପ୍ତ ମୁଖ୍ୟ ପୋଷ୍ଟମାଷ୍ଟର ରାଜକିଶୋର ସାହୁଙ୍କ ୮୩ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ରୋଗରେ ବିୟୋଗ ହୋଇଯାଇଛି । ତାଙ୍କ ମର ଶରୀରକୁ ଜନ୍ମମାଟି ପାଟକୁରାସ୍ଥିତ ବେଡାରୀ ଗ୍ରାମକୁ ନିଆଯାଇ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଜ୍ୟେଷ୍ଠପୁତ୍ର ସାମ୍ବାଦିକ ଚିତ୍ତରଞ୍ଜନ ସାହୁ ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ, ପୁତ୍ର ଦିବ୍ୟରଞ୍ଜନ, ଜ୍ଞାନରଞ୍ଜନ, ଝିଅ କିରଣବାଳା ଓ ଦିପ୍ତିମୟୀ ଏବଂ ଜ୍ୱାଇଁ ଦିଲ୍ଲିପ କୁମାର ସାହୁ ଓ ସତ୍ୟରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ କେନ୍ଦ୍ରାପଡା ସହର ସମେତ ଜନ୍ମମାଟି ବେରାଡି ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥାଇ କେନ୍ଦ୍ରାପଡା ସହରର ଇଛାପୁରସ୍ଥିତ ବାସଭବନରେ ରହି ଚିକିତ୍ସିତ ହେଉଥିଲେ । ଗତ ୧୯୬୭ମସିହାରେ ଡାକ ବିଭାଗରେ ଯୋଗଦେଇଥିବା ସ୍ୱର୍ଗତ ସାହୁ ପଟ୍ଟାମୁଣ୍ଡାଇ ସ୍ଥିତ ମୁଖ୍ୟ ଡାକଘରର ପୋଷ୍ଟମାଷ୍ଟର ଭାବେ ଅବସରଗ୍ରହଣ କରିଥିଲେ । ଯେତେବେଳେ ପାଟକୁରା ଅଞ୍ଚଳ ବହୁ ଅବହେଳିତ ହୋଇ ପଡିରହିଥିଲା ସେତେବେଳେ ପୋଷ୍ଟାଲ ଓ ଟେଲିଗ୍ରାଫ ବିଭାଗରେ କାର୍ଯ୍ୟରତ ଥିବା ସ୍ୱର୍ଗତ ସାହୁଙ୍କ ଉଦ୍ୟମରେ ୧୯୮୩ମସିହାରେ ପାଟକୁରା ଠାରେ ଉପଡାକଘର ଓ ଟେଲିଫୋନ ଏକ୍ସଚେଞ୍ଜ ସମେତ ବେଡାରୀ ଠାରେ ଉପଡାକଘର ପ୍ରତିଷ୍ଠା କରାଯାଇଥିଲା । ସ୍ୱର୍ଗତ ସାହୁଙ୍କ ବିୟୋଗରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ