ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ଦ୍ୱାରା ବୃକ୍ଷରୋପଣ ଓ ବକ୍ତୃତା ପ୍ରତିଯୋଗିତା
ବାଲେଶ୍ୱର, (ସରୋଜ ପଣ୍ଡା):ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ଦ୍ୱାରା ରେମୁଣା ବ୍ଲକ୍ ବଡ଼ପାଳ ପଞ୍ଚାୟତର ବରପଦା ଆଶ୍ରମ ସ୍କୁଲ୍ ପରିସରରେ ବନମହୋତ୍ସବ ପାଳନ ଓ ପୂଣ୍ୟଶ୍ଳୋକ ଗୋପବନ୍ଧୁ ଦାସଙ୍କ ୯୬ତମ ତିରୋଧାନ ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରକାର ମୂଲ୍ୟବାନ ବୃକ୍ଷରୋପଣ କରାଯାଇଛି । ଏହା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ‘ବୃକ୍ଷ ହଁ ଆମର ବନ୍ଧୁ’ ବିଷୟରେ ତର୍କ ପ୍ରତିଯୋଗିତା ହୋଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ସଂଘର ପ୍ରାକ୍ତନ ସଭାପତି ଶ୍ରୀ ଧୀରେନ୍ଦ୍ର ନାରାୟଣ ଦାସ ବୃକ୍ଷରୋପଣ କାର୍ଯ୍ୟକୁ ଉଦ୍ଘାଟନ କରିଥିଲେ । ପରେ ଏକ ବୈଠକରେ ବିଦ୍ୟାଳୟ ବୈଠକ ଗୃହରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବିଶ୍ୱମ୍ବର ଲୋହାରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ଇଂ. ବନମାଳୀ ନାୟକ, ଯୁଗ୍ମ ସମ୍ପାଦକ ସୁଦର୍ଶନ ଦାସ, ଅର୍ଥ ସମ୍ପାଦକ ଦାମୋଦର ନାୟକ, ସାହିତ୍ୟିକ ତଥା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଭାଗବତ ପ୍ରସାଦ ଦାସ, ଜ୍ଞାନେନ୍ଦ୍ରନାଥ ସାହୁ ବୃକ୍ଷରୋପଣର ଯଥାର୍ଥତା, ବର୍ତ୍ତମାନ ଜଙ୍ଗଲକ୍ଷୟ ଦ୍ୱାରା ସମସ୍ୟା ଓ ପ୍ରତ୍ୟେକ ପିଲାଙ୍କୁ ବୃକ୍ଷ ଗୋଟିଏ ରୋପଣ ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶତ୍ରୁଘ୍ନ ପଣ୍ଡା, ବାସନ୍ତୀ ପାଣି, ସବିତା ଦାସ, ରୀତା ରାୟ, ସଞ୍ଜୟ କୁମାର ପଣ୍ଡା, ସତ୍ୟନାରାୟଣ ନାୟକ, ପୂର୍ଣ୍ଣଚନ୍ଦ୍ର ସିଂ, ଶେଖ ଆଲ୍ଲାଉଦ୍ଦିନ, ପ୍ରଦୀପ କୁମାର ମିଶ୍ର, ଦିବାକର ପ୍ରଧାନ, ଶ୍ରୀଧର ଦାସ, ଭଳଭଦ୍ର ଖଣ୍ଡା, ଗଜେନ୍ଦ୍ର ଦାସ, ରବିନାରାୟଣ ବେହେରା, କ୍ଷେତ୍ରମୋହନ ନାୟକ, ସ୍ୱେଚ୍ଛାସେବୀ ରବି ଭାଇ ଉପସ୍ଥିତ ଥିଲେ । ବିଦ୍ୟାଳୟର ବିଭୁତି ଭୂଷଣ ପ୍ରଧାନ, ବିଶ୍ୱଜିତ୍ ପାତ୍ର, ସଞ୍ଜୟ ମହାନ୍ତି, ସ୍ମୃତି ବେହେରା, ରମାକାନ୍ତ ସେନାପତି, ପୁନମ ତିୱାରୀ, ତନୁଜା ମହାଳିକ, ସଙ୍ଗୀତା ପଣ୍ଡା, ମୋନାଲିସା ମହାନ୍ତି ଇତ୍ୟାଦି ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଛାତ୍ରଛାତ୍ରୀ ମଧ୍ୟରେ କବିତା ସିଂ ପ୍ରଥମ, ହିମାଂଶୁ ସିଂ ଦ୍ୱିତୀୟ, ମଧୁସ୍ମିତା ଧଳ ତୃତୀୟ ସ୍ଥାନ ଅଧିକାର ଗ୍ରହଣ କରି ଅତିଥିଙ୍କ ଠାରୁ ପୁରସ୍କାର ନେଇଥିଲେ । ଶେଷରେ ଯୋଗେନ୍ଦ୍ରନାଥ ସିଂ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


