ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀଙ୍କ ସାଂଗଠନିକ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ, ବାଲେଶ୍ୱର ବୈଠକ ଗୃହରେ ସଂଘର ସଭାପତି ଇଂ. ବନମାଳୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ବହୁ ସଭ୍ୟ ସଭ୍ୟା ଉପସ୍ଥିତ ହୋଇ ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଓ ସଂଗଠନକୁ ସକ୍ରିୟ ରଖିବା ପାଇଁ ପ୍ରସ୍ତାବ ରଖିଥିଲେ । ବିଶେଷ କରି ଅନ୍ୟମାନଙ୍କ ଭଳି ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚିକିତ୍ସା କ୍ଷେତ୍ରରେ ସୁବିଧା ଓ ଚିକିତ୍ସା ଭତ୍ତା ପ୍ରଦାନ ନିମନ୍ତେ ଆଲୋଚନା ହୋଇଥିଲା । ସମ୍ପାଦକ ଶ୍ରୀ ବସନ୍ତ କୁମାର ନାୟକ ଗତ ବୈଠକର ବିବରଣୀ ପାଠ କରିଥିଲେ । ଅର୍ଥ ସମ୍ପାଦକ ଶ୍ରୀ ଦାମୋଦର ନାୟକ ଆୟ ଓ ବ୍ୟୟର ବିବରଣୀ ପାଠ କରିଥିଲେ । ଯୁଗ୍ମ ସମ୍ପାଦକ ଶ୍ରୀ ସୁଦର୍ଶନ ଦାସ ବକ୍ତବ୍ୟ ସହିତ ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ରମାକାନ୍ତ ବେହେରା, ଲୋକନାଥ ମିଶ୍ରଙ୍କ ସୁରେନ୍ଦ୍ର ନାଥ ଦାସ, ଇଂ. ଗୌରାଙ୍ଗ ଚରଣ ସାହୁ, କୁମୁଦ ରଞ୍ଜନ ଗିରି, ଯୋଗେନ୍ଦ୍ର ସିଂ ବକ୍ତବ୍ୟ ରଖିଥିଲେ । ନୂତନ ସଦସ୍ୟା ଉର୍ମିଳାବାଳା ଦାଶଙ୍କୁ ସ୍ୱାଗତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୁଜିତ୍ କୁମାର ଜେନା, ଦେବେନ୍ଦ୍ର ଚୌଧୁରୀ, ଭବେଶ ଚନ୍ଦ୍ର ପଣ୍ଡା, ରୀତା ରାୟ, ଜ୍ୟୋତ୍ସ୍ନା ରାୟ, ଅରୁଣା ରାୟ, ଜ୍ଞାନେନ୍ଦ୍ର ନାଥ ସାହୁ, ବେଣୁଧର ପାଳ, ପୂର୍ଣ୍ଣଚନ୍ଦ୍ର ସିଂ, ମନୋଜ ବେହେରା, ଉମେଶ ଚନ୍ଦ୍ର ଗୋଚ୍ଛାୟତ, ପୂର୍ଣ୍ଣଚନ୍ଦ୍ର ନାୟକ, ସଞ୍ଜୟ କୁମାର ପଣ୍ଡା, ସାବିତ୍ରୀ ଦାସ, ଇଂ. ଶ୍ରୀରାମ ଚନ୍ଦ୍ର ଦାଶ, ଡ. ତାରାକାନ୍ତ ନନ୍ଦ, କେଶବ ଚନ୍ଦ୍ର ମହାନ୍ତି, ଗୁଣାକର ଦେ, ଅଜୟ ନାୟକ, ପ୍ରଣିତା ମିଶ୍ର, ସ୍ୱର୍ଣ୍ଣଲତା ସ୍ୱାଇଁ, ଇଂ. ହୃଷିକେଶ ସାହୁ, ପଦ୍ମଲୋଚନ ଦତ୍ତ, ଅରୁଣା ରାୟ, କ୍ଷେତ୍ରମୋହନ ନାୟକ ଉପସ୍ଥିତ ଥିଲେ ।