ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର କାର୍ଯ୍ୟନିର୍ବାହୀ ସଭା

ବାଲେଶ୍ୱର,: ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ମାସିକ ବୈଠକ ବାଲେଶ୍ୱର ସଂଘ ଗୃହରେ ସଂଘର ସଭାପତି ଧିରେନ୍ଦ୍ର ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ମାସର ୩ୟ ରବିବାର ଦିନ ସରକାରୀ ସଂଘ ଓ ‘ସହାୟକ’ର ମିଳିତ ଆନୁକୂଲ୍ୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଚଳିତ ମାସ ୩ୟ ରବିବାର ୨୦ ତାରିଖ ଦିନ ‘ଭକ୍ତି ଓ ଶରଣାଗତି ମୁକ୍ତିର ପଥ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେବାର ସ୍ଥିର କରାଗଲା । ସ୍ୱାସ୍ଥ୍ୟ ସେବା ସଂପର୍କରେ ଆଲୋଚନା କରାଯାଇ ଆସନ୍ତା ଡିସେମ୍ବର ମାସ ୧୫ ତାରିଖ ରବିବାର ଦିନ ବସ୍ତା ବ୍ଲକ୍ ଇଡ଼ିଦା ସ୍ଥିତ ଗୋଲକ ନାରାୟଣ ଉଚ୍ଚ ବିଦ୍ୟାଳୟରେ ସ୍ୱାସ୍ଥ୍ୟସେବା ଶିବିର କରାଯିବାର ନିଷ୍ପତ୍ତି ଗ୍ରହଣ କରାଗଲା । ସଂଘର ସମ୍ପାଦକ ବିବରଣୀ ପାଠ କରିଥିଲେ । ସଭା ପ୍ରାରମ୍ଭରେ ସଂଘର ସଦସ୍ୟ ଥିବା ଶିକ୍ଷକ ସ୍ୱର୍ଗତ ପ୍ରଫୁଲ୍ଲ ଦାସ, ନବକାନ୍ତ ନାୟକ ଓ ଭଗବାନ ଦାସଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଆସନ୍ତା ନଭେମ୍ବର ମାସ ୧୪ ତାରିଖରେ ଦୃଷ୍ଟିହୀନ ଓ ଶାରିରୀକ ବିକଳାଙ୍ଗ ସ୍କୁଲ୍ର ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ନିଷ୍ପତ୍ତି ହୋଇଛି । ଗୋପବନ୍ଧୁ ଜ୍ୟୋତିକୁ ଆସନ୍ତା ୧୮ ତାରିଖ ଦିନ ସଂଘ ତରଫରୁ ସମ୍ବର୍ଦ୍ଧନା ପ୍ରଦର୍ଶନ ପାଇଁ ସଭ୍ୟ ସଭ୍ୟା ଉପସ୍ଥିତ ହେବାକୁ ବୈଠକରେ ଅନୁରୋଧ କରାଯାଇଛି । ସୋର ଶାଖାର ସଭାପତି ନବକିଶୋର ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ