ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ଗୃହରେ ସ୍ତନକର୍କଟ ରୋଗ ଉପରେ ସଚେତନତା କର୍ମଶାଳା
ବାଲେଶ୍ୱର, (ସରୋଜ ପଣ୍ଡା):ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ, ବାଲେଶ୍ୱର, ନିଳାଦ୍ରୀ ରୋଟାରୀ କ୍ଲବ୍ ଭୁବନେଶ୍ୱର, ବାଲେଶ୍ୱର ରୋଟାରୀ କ୍ଲବ୍ଙ୍କ ମିଳିତ ଆନୁକୂଲ୍ୟରେ ସ୍ତନକର୍କଟ ସମ୍ପର୍କରେ ଏକ କର୍ମଶାଳା ଓ ଚିକିତ୍ସା ସମ୍ପର୍କୀୟ ସଚେତନତା ନିଶୁଳ୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିନିମନ୍ତେ ଏକ ଆଲୋଚନା ଚକ୍ରରେ ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘର ସଭାପତି ଇଂ. ବନମାଳୀ ନାୟକ ଅଧ୍ୟକ୍ଷତା କରିଥିଲେ । ମଞ୍ଚରେ ଭୁବନେଶ୍ୱର ରୋଟାରୀ କ୍ଲବ୍ର ସଭାପତି ପୁଣ୍ୟଶ୍ଳୋକ ମହାନ୍ତି, ବାଲେଶ୍ୱର ରୋଟାରୀ କ୍ଲବ୍ର ସଭାପତି ଅସ୍ତାଦ ବୋଧନୱାଲା, ସମ୍ପାଦକ ଚିରଞ୍ଜିବି ରାୟ, ଡାଇରେକ୍ଟର ମୁକ୍ତାର ଅହମ୍ମଦ, କୁଲବିର ଜଟାନିଆ, ଚେୟାରମ୍ୟାନ୍ ସ୍ୱାତୀ ଖଣ୍ଡେଲୱାଲ୍ଙ୍କ ସହିତ ଅବସରପ୍ରାପ୍ତ କର୍ମଚାରୀ ସଂଘର ବରିଷ୍ଠ ଉପଦେଷ୍ଟା ଧୀରେନ୍ଦ୍ର ନାରାୟଣ ଦାସ ଉପସ୍ଥିତ ଥିଲେ । ଆପୋଲୋ ହସପିଟାଲର କର୍କଟ ଓ ରଞ୍ଜନରଶ୍ମି ବିଭାଗ ଡାକ୍ତର ସଞ୍ଜୟ ମିଶ୍ର ଚିକିତ୍ସା ଓ ସଚେତନତା ସମ୍ପର୍କରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର କାର୍ଯ୍ୟକାରୀ ସଭାପତି ଇଂ. ଗୌରାଙ୍ଗ ସାହୁ, ସମ୍ପାଦକ ବସନ୍ତ କୁମାର ନାୟକ, ଯୁଗ୍ମ ସମ୍ପାଦକ ସୁଦର୍ଶନ ଦାସ, ଅର୍ଥ ସମ୍ପାଦକ ଦାମୋଦର ନାୟକ, ସଦସ୍ୟ ସୁଜିତ୍ ଜେନା ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶେଖ ଆଲ୍ଲାଉଦ୍ଦିନ୍, ଭବେଶ ଚନ୍ଦ୍ର ପଣ୍ଡା, ଜ୍ଞାନେନ୍ଦ୍ର ନାଥ ସାହୁ, ପଦ୍ମଲୋଚନ ଦତ୍ତ, ବିଜୟ କୁମାର ଦାସଅଧିକାରୀ, ବେଣୁଧର ସାହୁ, ସୁରେନ୍ଦ୍ର ନାୟକ, ହୃଷିକେଶ ସାହୁ, ଗୌରାଙ୍ଗ ପାଣିଗ୍ରାହୀ, ସାବିତ୍ରୀ ଦାସ, ଲକ୍ଷ୍ମୀପ୍ରିୟା ଜେନା, ରୀତା ରାୟ, ଶୁଭଦୀପା ବେହେରା, ଶାନ୍ତ୍ୱନା ବେହେରା, ସୁକାନ୍ତି ନାୟକ, ମୀନା ସେଠୀ, ଶାନ୍ତିଲତା ପରିଡ଼ା, ସୁସ୍ମିତା ପରିଡ଼ା, ମଞ୍ଜୁଲତା ସାମଲ, ମିନାକ୍ଷୀ ବେହେରା, ବିଜୟଲକ୍ଷ୍ମୀ ଜେନା, ପ୍ରଣିତା ମିଶ୍ର, ସ୍ନେହଲତା ପତି, କ୍ରିଷ୍ଣା ସାହା, ଜୟଶ୍ରୀ ବେହେରା, ସରସ୍ୱତୀ ପଣ୍ଡା, ହରପ୍ରିୟା ରଣା, ରମେଶ ଚନ୍ଦ୍ର ଜେନା, ଶିଶିର କୁମାର ରଥ, ପ୍ରଫୁଲ୍ଲ ଜେନା, ପୁରୁଷୋତ୍ତମ ବେହେରା, ଲମ୍ବୋଦର ଗିରି, ବଳରାମ ବେହେରା, କ୍ଷେତ୍ରମୋହନ ନାୟକ ଉପସ୍ଥିତ ଥିଲେ ।