ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉତ୍ସବ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା):ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ବୈଠକଗୃହରେ ଜାତିର ଜନକ ମହାତ୍ମାଗାନ୍ଧୀ ଏବଂ ଶାନ୍ତିଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ ବିଧିବଦ୍ଧ ଭାବରେ ପାଳନ କରାଯାଇଛି । ସର୍ବପ୍ରଥମେ ଉଭୟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପ୍ରଦାନ ପୂର୍ବକ ରାମଧୂନ ଗାନ କରାଯିବା ସହିତ ଜୟଧ୍ୱନି ଦିଆଯାଇଥିଲା । ପରେ ଏକ ବୈଠକରେ ସଂଘର ସ୍ଥାୟୀ ସଭାପତି ଇଂ. ବନମାଳୀ ନାୟକଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଭାପତି ଆଜି ଦିବସର ମହତ୍ତ୍ୱ ଓ ପାଳନର ଯଥାର୍ଥତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ସଂଘର ଯୁଗ୍ମ ସମ୍ପାଦକ ଶ୍ରୀ ସୁଦର୍ଶନ ଦାସ ଗାନ୍ଧିଜୀଙ୍କ ଜୀବନଦର୍ଶନ, ଶିକ୍ଷାଦର୍ଶନ ସହିତ ବିଶ୍ୱବାସୀଙ୍କୁ ସତ୍ୟ, ଅହିଂସା, ସତ୍ୟାଗ୍ରହ ଓ ମାନବ ପ୍ରେମ ପାଇଁ ଚମତ୍କୃତ କରିଥିବା ମହାମାନବଙ୍କ ଅମୂଲ୍ୟ କଥା ଓ ଗାଥା ପ୍ରକାଶ କରିବା ସହିତ ଯୁଗଜନ୍ମା ଶାନ୍ତିଦୂତ ନିଷ୍କପଟ ଚିରବନ୍ଦିତ ଲାଲବାହାଦୁରଙ୍କ ଅଶେଷ କାହାଣୀ ସମ୍ବନ୍ଧରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି ଶିଶିର ରଥ, ସମ୍ପାଦକ ବସନ୍ତ ନାୟକ, ପ୍ରଫୁଲ୍ଲ କୁମାର ଜେନା, ଇଂ. ରାମପ୍ରସାଦ ଦାସ, ଭବେଶ ପଣ୍ଡା, ଶେଖ ଆଲ୍ଲାଉଦ୍ଦିନ୍, କ୍ଷେତ୍ରମୋହନ ନାୟକ, ଶିବଶଙ୍କର ନନ୍ଦ, ଇଂ. ଗୌରାଙ୍ଗ ସାହୁ, ଡ. ତାରାକାନ୍ତ ନନ୍ଦ, ଅର୍ଥ ସମ୍ପାଦକ ଦାମୋଦର ନାୟକ, ସ୍ୱଦେଶ ରଞ୍ଜନ ମହାପାତ୍ର, ରବିନାରାୟଣ ପାଣି, ଇଂ. ରାମଚନ୍ଦ୍ର ସେଠୀ, ଦେବେନ୍ଦ୍ର ଚୌଧୁରୀ, ପ୍ରତିମା ପଣ୍ଡା, ଜ୍ୟୋତ୍ସ୍ନା ରାୟ, ରୀତା ରାୟ, ପ୍ରଭାତୀ ସେଠୀ, ଜ୍ଞାନେନ୍ଦ୍ର ନାଥ ସାହୁ ଇତ୍ୟାଦି ସଭ୍ୟସଭ୍ୟା ଉପସ୍ଥିତ ରହିଥିଲେ ।