ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ତରଫରୁ ସଦର ବିଧାୟକଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ବାଲେଶ୍ୱର ତରଫରୁ ଆଜି ମହାଳୟା ଅବସରରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଂଘର ସଭାପତି ଇଂ. ବନମାଳୀ ନାୟକ ଉକ୍ତ ବୈଠକରେ ସଭାପତିତ୍ୱ କରିଥିଲେ । ବିଧାୟକ ଶ୍ରୀ ଦାସ ସଂଘର ପାଠାଗାର ଗୃହ ନିର୍ମାଣ କାର୍ଯ୍ୟ ନିମନ୍ତେ ଏକଲକ୍ଷ ଟଙ୍କା ବିଧାୟକ ପାଣ୍ଠିରୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟର ତଦାରଖ କରି ସନ୍ତୋଷ ପ୍ରକାଶ କରି ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ପାଇଁ ବଜେଟ୍ କରି ଜଣାଇଲେ ଅବଶିଷ୍ଟ ଅର୍ଥରାଶି ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ବୈଠକରେ ଯୁଗ୍ମ ସମ୍ପାଦକ ଶ୍ରୀ ସୁଦର୍ଶନ ଦାସ ସଂଘର ବିବରଣୀ ପାଠ କରିବା ସହିତ ଅର୍ଥ ସମ୍ପାଦକ ଶ୍ରୀ ଦାମୋଦର ନାୟକ ଅର୍ଥ ସମ୍ବନ୍ଧୀୟ ବିବରଣୀ ଉପସ୍ଥାପନ କରିଥିଲେ । ଶ୍ରୀ ଦେବେନ୍ଦ୍ରନାଥ ଚୌଧୁରୀ ଧନ୍ୟବାଦ ଜ୍ଞାପନ କରିଥିଲେ । ବରିଷ୍ଠ ଉପଦେଷ୍ଟା ଧୀରେନ୍ଦ୍ର ନାରାୟଣ ଦାସ, ଡକ୍ଟର ରମାକାନ୍ତ ବେହେରା, ଜ୍ଞାନେନ୍ଦ୍ର ନାଥ ସାହୁଙ୍କ ସହିତ ବସ୍ତା ଶାଖା ସଂଘର ସଭାପତି ଶିଶିର କୁମାର ରଥ, ସମ୍ପାଦକ କୁମୁଦ ରଞ୍ଜନ ଗିରି, ଉତ୍ତର ରେମୁଣା ସଂଘ ସଭାପତି ଯୋଗେନ୍ଦ୍ର ନାଥ ସିଂ, ପଦ୍ମଲୋଚନ ଦତ୍ତ, ନିରଞ୍ଜନ ପରିଡ଼ା ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଘର ସମ୍ପାଦକ ବସନ୍ତ କୁମାର ନାୟକ, ଇଂ. ଗୌରାଙ୍ଗ ଚରଣ ସାହୁ, ସାବିତ୍ରୀ ଦାସ, ସୁଜିତ୍ କୁମାର ଜେନା, ମୀନା ସେଠୀ, ବାସନ୍ତୀ କର, ପ୍ରଣିତା ମିଶ୍ର, ଇଂ. ସୁରେନ୍ଦ୍ରନାଥ ଦାସ, ସୁରେନ୍ଦ୍ର ନାୟକ, ବୀରେନ୍ଦ୍ର ପ୍ରହରାଜ, ଡ. ତାରାକାନ୍ତ ନନ୍ଦ, କାର୍ତ୍ତିକ ଚନ୍ଦ୍ର ପାତ୍ର, କେଶବ ମହାନ୍ତି, ଉମେଶ ଗୋଚ୍ଛାୟତ, ଚିତ୍ତ ଜେନା, ଇଂ. ଶ୍ରୀରାମ ଦାସ, ରାମଚନ୍ଦ୍ର ବାଗ, ବେଣୁଧର ପାଳ, ଗୁଣାକର ଦେ, ପ୍ରତାପ ନାୟକ ଉପସ୍ଥିତ ଥିଲେ ।


