ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ସାଂଗଠନିକ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ସାଂଗଠନିକ ବୈଠକ ସଂଘର କାର୍ଯ୍ୟାଳୟ ପରିସରରେ ଇଂ. ବନମାଳୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠମାନଙ୍କୁ ଉପେକ୍ଷା ଓ ତା’ର ସମାଧାନ, ପେନ୍ସନ୍ ଜନିତ ବିଭିନ୍ନ ସମସ୍ୟାକୁ ସରକାର କର୍ଣ୍ଣପାତ କରୁନଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା । ସମ୍ପାଦକ ଶ୍ରୀ ବସନ୍ତ କୁମାର ନାୟକ ବିବରଣୀ ଉପସ୍ଥାପନ କରିଥିବାବେଳେ ଅର୍ଥ ସମ୍ପାଦକ ଶ୍ରୀ ଦାମୋଦର ନାୟକ ଅର୍ଥ ସମ୍ବନ୍ଧୀୟ ବିବରଣୀ ଉପସ୍ଥାପନ କରିଥିଲେ । ସଂଘର ଯୁଗ୍ମ ସଂପାଦକ ଶ୍ରୀ ସୁଦର୍ଶନ ଦାସ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଇଂ ସୁରେନ୍ଦ୍ର ନାୟକ, ସଂଗଠନ ସମ୍ପାଦକ ସୁଜିତ୍ କୁମାର ଜେନା, ବରିଷ୍ଠ ସଦସ୍ୟ ଡ. ରମାକାନ୍ତ ନାୟକ, ଉପଦେଷ୍ଟା ଜ୍ଞାନେନ୍ଦ୍ର ସାହୁ, ମୀନା ସେଠୀ, ଶିଶିର କୁମାର ରଥ, ପ୍ରଫୁଲ୍ଲ ଜେନା, ନିରଞ୍ଜନ ପରିଡ଼ା, ରବିନାରାୟଣ ବେହେରା, ତୃପ୍ତିକାନ୍ତ ଷଡ଼ଙ୍ଗୀ, ଯୁଧିଷ୍ଠିର ନନ୍ଦ, ଡ. ତାରାକାନ୍ତ ନନ୍ଦ, ଶ୍ରୀରାମ ପ୍ରସାଦ ଦାଶ, ରବୀନ୍ଦ୍ର ପାଣି, ଯୋଗେନ୍ଦ୍ର ନାଥ ସିଂ, ଅଜୟ କୁମାର ନାୟକ, ଅଜିତ୍ କୁମାର ସେନ୍, ସୀତାରାମ ପ୍ରଧାନ, ବାସନ୍ତୀ ମାସନ୍ତ, ପଦ୍ମଲୋଚନ ଦତ୍ତ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ଦୀନେଶ ଚନ୍ଦ୍ର ନାୟକ, ବେଣୁଧର ସାହୁ, ସେଖ୍ ଆଲ୍ଲାଉଦ୍ଦିନ୍, ଶେଖ୍ ୱାଜିପ୍ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


