ଅବସରପ୍ରାପ୍ତ ରେଜିଷ୍ଟର୍‌ଙ୍କ ପରଲୋକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ବଡ଼ମହିଷଗୋଠ ପଞ୍ଚାୟତ କୁଆଁଶମଢ଼ିଆ ଗ୍ରାମର ଅବସରପ୍ରାପ୍ତ ରେଜିଷ୍ଟର୍ ରବିନ୍ଦ୍ର ମହାପାତ୍ର(୯୨)ଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ଘଟିଛି । ଗତ କିଛି ଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ିତ ଥାଇ ଘରୋଇ ଚିିକିତ୍ସାରେ ଥିଲେ । ମୃତ୍ୟୁଶଯ୍ୟା ନିକଟରେ ଜ୍ୟେଷ୍ଠପୁତ୍ର ରଜତ, ମଧ୍ୟମ ପୁତ୍ର ରାକେଶ ଓ କନିଷ୍ଠ ପୁତ୍ର ରାଜେଶଙ୍କ ସମେତ ଏକମାତ୍ର ଝିଅଜ୍ୱାଇଁ, ପୁତ୍ରବଧୂ ଓ ନାତିନାତୁଣୀ ଉପସ୍ଥିତ ଥିଲେ । ସ୍ୱର୍ଗତ ମହାପାତ୍ର ଓଡ଼ିଶା ସରକାରଙ୍କ କେନ୍ଦ୍ର ସମବାୟ ସମିତିର ରେଜିଷ୍ଟର୍ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ସେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ରହି ସେବା କରିଆସୁଥିଲେ । ସେ ଜଣେ ସରଳ ଓ ଅମାୟିକ ବ୍ୟକ୍ତି ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ । ମୃତ୍ୟୁ ଖବର ପାଇ ସାହିତ୍ୟିକ ଅଶୋକ ପୁହାଣ, ସମାଜସେବୀ ବିଜୟ ମହାନ୍ତି, ବିଜ୍ଞାନ ମହାନ୍ତି ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ଜ୍ୟେଷ୍ଠପୁତ୍ର ରଜତ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ