ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ବାଇପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଧରଣୀଧର ସାହୁ(୭୬)ଙ୍କର ପରଲୋକ ଘଟିଛି । ସେ ଗତ କିଛି ଦିନ ହେବ କିଡନୀ ଜନିତ ରୋଗରେ ପିଡିତ ଥାଇ ଚିକିତ୍ସାଧିନ ଥିଲେ । ତାଙ୍କ ମରଶରୀରକୁ ଏକ ଶୋଭା ଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ସାନପୁଅ ସମାଧାନ ସାହୁ ମୁଖାଗ୍ନି ଦେଇଥିଲେ । ସେ ଯାଜପୁର ଜିଲା ମାଣତୀରା ହାଇସ୍କୁଲରେ ଶିକ୍ଷକ ଭାବେ ଗତ ୧୯୭୦ ମସିହାରୁ କାର୍ଯ୍ୟ ଆରମ୍ଭ କରି ୨୦୦୫ରେ ପ୍ରଧାନ ଶିକ୍ଷକ ଭାବରେ ଅବସର ନେଇଥିଲେ । ସେ ଜଣେ ପ୍ରବୀଣ ଶିକ୍ଷକ, ଶିକ୍ଷାବିତ୍, ସମାଜସେବୀ ଓ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।