ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଅଞ୍ଚଳରେ ସମସ୍ତଙ୍କ ପ୍ରିୟ ବ୍ରହ୍ମା ସାର୍ ଭାବେ ପରିଚିତ ଅବସରପ୍ରାପ୍ତ ଶିକ୍ଷକ ସୁରେଶ୍ୱର ବ୍ରହ୍ମାଙ୍କ 80 ବର୍ଷ ବୟସରେ ପରଲୋକ ଘଟିଛି I ସେ କିଛି ଦିନ ତଳେ ହୃଦ୍ ରୋଗରେ ପୀଡ଼ିତ ହୋଇ ବ୍ରହ୍ମପୁର ମେଡିକାଲ୍ ରେ ଚିକିତ୍ସିତ ହେଉଥିଲେ I କିଛି ଦିନ ହେବ ସେ ପୁଣେରେ ଥିବା ନିଜ ପୁଅ ବୋହୂଙ୍କ ନିକଟରେ ରହି ସେଠାକାର ଏକ ଘରୋଇ ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଛି I ସ୍ଵର୍ଗତ ବ୍ରହ୍ମାଙ୍କ ମୃତ୍ୟୁ ଖବର ତାଙ୍କର ଜନ୍ମମାଟି କ୍ଷତ୍ରିୟବରପୁର ନିକଟସ୍ଥ ପ୍ରତାପ ଲକ୍ଷ୍ମଣପୁର ଶାସନ ଗ୍ରାମରେ ପହଞ୍ଚିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ସ୍ଵର୍ଗତ ସୁରେଶ୍ୱର ଜଣେ ପରୋପକାରୀ, ଅମାୟିକ ଏବଂ ଧର୍ମପରାୟଣ ବ୍ୟକ୍ତି ହୋଇଥିବା ବେଳେ ଜଣେ ଆଦର୍ଶ ଶିକ୍ଷକ ଭାବରେ ଶହ ଶହ ଯୋଗ୍ୟ ଛାତ୍ର ମଧ୍ୟ ସୃଷ୍ଟି କରିଥିଲେ I ତାଙ୍କର ମୃତ୍ୟୁ ଖବର ପାଇ ଅଞ୍ଚଳର ଶିକ୍ଷାବିତ୍, ଛାତ୍ରଛାତ୍ରୀ, ରାଜନେତା, ଜନସାଧାରଣ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ