ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର): ପାତ୍ରପୁର ବ୍ଲକ ସୁରଙ୍ଗୀ ଗ୍ରାମର ସୁନାମଧନ୍ୟ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ନିରଞ୍ଜନ ପାଣିଗ୍ରାହୀ ବୁଧବାର ଦିନ ସକାଳ ଦଶ ଘଣ୍ଟା ସମୟରେ ରେ ମୁମ୍ବାଇ ର ଏକ ଘୋରାଇ ଡାକ୍ତରଖାନା ରେ ବାର୍ଦ୍ଧକ୍ୟ ଜନିତ କାରଣରୁ ଦେହାନ୍ତ ହୋଇ ଯାଇଛି l ସେ ଦୀର୍ଘ ଅଠତିରିଶି ବର୍ଷ ସୁରଙ୍ଗୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ରେ ଶିକ୍ଷକତା କରି ଦୁଇହଜାର ଆଠ ମସିହାରେ କାର୍ଯ୍ୟରୁ ଅବସର ନେଇଥିଲେ l ସେ ଜଣେ ସମାଜସେବୀ ପରୋପକାରୀ, ନାଟ୍ୟକାର, ଓଡିଆଭାଷା ବିଶାରଦ,ଧର୍ମପରାୟଣା ଓ କ୍ରୀଡା ପ୍ରେମୀ ପାଇଁ ଆମ ଅଞ୍ଚଳରେ ସୁପରିଚିତ ଥିଲେ l ସେ ଆଜି ପର୍ଯ୍ୟନ୍ତ ସୁରଙ୍ଗି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପୂର୍ବତନ ସମ୍ପାଦକ ଓ ବର୍ତ୍ତମାନ ଉପଦେଷ୍ଟା ରହି ମନ୍ଦିର ର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରୁଥିଲେ l ଏହି ମହାନ ବ୍ୟକ୍ତି ଙ୍କ ଦେହାନ୍ତ ରେ ସୁରଙ୍ଗୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଆଜି ତାଙ୍କ ମରଶରୀର ମୁମ୍ବାଇ ରୁ ଗ୍ରାମକୁ ଆସିବା ପରେ ଅଞ୍ଚଳର ସମସ୍ତ ଲୋକ ପୁତ୍ର, କନ୍ଯା ଓ ବନ୍ଧୁବାନ୍ଧବ ଉପସ୍ଥିତ ରହି ଶେଷ ଦର୍ଶନ ସହ ଶ୍ମଶାନରେ ଦାହ କରି ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ