ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ବନ୍ତ, (ଯୁଗାଦ୍ଧ ନ୍ୟୁଜ୍‌) : ବସନ୍ତିଆ ପଞ୍ଚାୟତ ବରକୋଣା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପଦ୍ମ ଚରଣ ସ୍ୱାଇଁ(୮୪)ଙ୍କର ପରଲୋକ ଘଟିଛି । ଗତ କିଛି ଦିନ ହେବ ସେ କଫ ଜନିତ ରୋଗରେ ପିଡିତ ହୋଇ ଭୁବନେଶ୍ୱରସ୍ଥିତ ଘରୋଇ ହସପିଟାଲରେ ଚିକିତ୍ସିତ ହୋଇ ୨ ଦିନ ତଳେ ଘରକୁ ଫେରିଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ବଡପୁଅ ମହେଶ୍ୱର, ସାନପୁଅ ତରୁଣ, ପୁତ୍ରବଧୁ ରଞ୍ଜିତା, ପଲ୍ଲବୀ, ନାତି ଭବେଶ ଭାର୍ଗବ, ଶ୍ରେୟଶ ଭାର୍ଗବଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଦାହ କରାଯାଇଥିଲା । ବଡପୁଅ ମହେଶ୍ୱର ମୁଖାଗ୍ନି ଦେଇଥିଲେ । ସେ ବସନ୍ତିଆ ମଇ ବିଦ୍ୟାଳୟରେ ଶିକ୍ଷକତା ଜୀବନ ଆରମ୍ଭ କରି ଗତ ୧୯୯୭ ମସିହାରେ ଚାକିରୀରୁ ଅବସର ନେଇଥିଲେ । ବରକୋଣାସ୍ଥିତ ରାମେଶ୍ୱର ମନ୍ଦିରର ସେ ପ୍ରତିଷ୍ଠାତ ଥିଲେ । ସେ ଜଣେ ଧର୍ମପରାୟଣ, ପରୋପକାରୀ, ଆଦର୍ଶ ଶିକ୍ଷକ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ