ଅବସରପ୍ରାପ୍ତ ଶିକ୍ଷକଙ୍କ ସମ୍ବର୍ଦ୍ଧନା ସଭା
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ସୁନ୍ଦରପୁର-ଦୋହରାପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁରେନ୍ଦ୍ର ମୁଦୁଲିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନିଲ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଓଳଗ ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ ବେହେରା ମୂଖ୍ୟ ଅତିଥି, ମଠଡିହ କ୍ଲଷ୍ଟର ପୂର୍ବତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦେବବ୍ରତ ରାଉତ ମୂଖ୍ୟବକ୍ତା, ମଠଡିହ କ୍ଲଷ୍ଟର ସିଆରସିସି ନିକୁଞ୍ଜ ବିହାରୀ କର, ପହଣା କ୍ଲଷ୍ଟର ସିଆରସିସି ମଙ୍ଗୁଳି ଚରଣ ସେଠୀ, ମିଛ କବିତା ସାହିତ୍ୟ ସଂସଦ ସମ୍ପାଦକ ଦୀପ୍ତି ରଂଜନ ନାୟକ, ଅବସରପ୍ରାପ୍ତ ସିଆରସିସି ହୃଦାନନ୍ଦ ନାୟକ, ଶିକ୍ଷା ପରିଚାଳନା କମିଟି ସଭାପତି ତଉଲୀ ଦାସ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଆଦର୍ଶ ଶିକ୍ଷକ ସୁରେନ୍ଦ୍ର ମୁଦୁଲି ଜଣେ ଛାତ୍ର ବତ୍ସଳ ଶିକ୍ଷକ ଥିଲେ । ତାଙ୍କ ଅବସରରେ ବିଦ୍ୟାଳୟର ଗଛଲତା, ଶ୍ରେଣୀ କୋଠରୀ ନୀରବି ଯାଇଛନ୍ତି । କାନ୍ଦୁଛନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ ବୋଲି ଅତିଥିମାନେ କହିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସମସ୍ତଙ୍କୁ ଆହ୍ବାନ କରିଥିଲେ । ଶିକ୍ଷକ ଦିଲ୍ଲୀପ ଶେଖର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ବିଦ୍ୟାଳୟ ଶିକ୍ଷୟିତ୍ରୀ ପ୍ରଜ୍ଞା ଅପରାଜିତା ନାୟକ, ମନୋରମା ନାୟକ, ଶିକ୍ଷକ ଦେବ ନାରାୟଣ ଗୋଚ୍ଛାୟତ ଅବସର ଶିକ୍ଷକଙ୍କ ଗୁଣଗାନ କରିଥିଲେ । ସ୍ଥାନୀୟ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ରକ୍ଷାକର ବାରିକ, ଭାଗିରଥି ନାୟକ, ପ୍ରାଣବନ୍ଧୁ ଓଝା, କୁଶଭଦ୍ର ସେଠୀ ପ୍ରମୁଖ ସୁରେନ୍ଦ୍ର ସାର୍ ଙ୍କ ଆଦର୍ଶ ଜୀବନ ବାବାଦରେ ବକ୍ତବ୍ୟ ରଖିଥିଲେ । ଖଟୁଆପାଟଣା ଉପ୍ରା ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ମଠଡିହ କ୍ଲଷ୍ଟର ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଦ୍ୟାଳୟର ପୁରାତନ ଛାତ୍ର ସୁଦାମ ସାହୁ ବିଦାୟୀ ଶିକ୍ଷକଙ୍କ ଉଦ୍ଦେଶ୍ୟରେ କବିତା ପାଠ କରିଥିଲେ । ଏହି ଅବସରରେ ଉଭୟ ଶିକ୍ଷକଙ୍କୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନପତ୍ର ସହ ଉପଢୌକନ ପ୍ରଦାନ କରିଥିଲେ ।


