ଅବସରପ୍ରାପ୍ତ ଶିକ୍ଷକଙ୍କ ହୃଦ୍ଘାତରେ ପରଲୋକ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ କେନ୍ଦୁଆପଦା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଆମ୍ପୋର ଗ୍ରାମର ଗୌର ଚନ୍ଦ୍ର ଲେଙ୍କା(୭୩)ଙ୍କର ଗୁରବାର ହୃଦ୍ଘାତରେ ପରଲୋକ ଘଟିଛି । ମୃତ୍ୟୁ ଖବର ପାଇ ଜିଲ୍ଲା ପରିଷଦ ସଭ୍ୟ ରବିନ୍ଦ୍ର ଦାସ, ପୂର୍ବତନ ରାଜ୍ୟ ଓଷ୍ଟା ସାଧାରଣ ସଂପାଦକ ରଘୁନାଥ ସାହୁ, କେନ୍ଦୁଆପଦା ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଧିର କୁମାର ତରେଇ, କିଶୋର ଚନ୍ଦ୍ର ଦାଶ, ଉତ୍ତମ କୁମାର ଦତ୍ତ, ମଣିଭଦ୍ର ମିଶ୍ର, ପୂର୍ବତନ ସରପଞ୍ଚ ଜୟନ୍ତ କୁମାର ସାମଲ, ଶ୍ରୀନିବାସ ଲେଙ୍କା ପ୍ରମୁଖ ତାଙ୍କ ବାସଭବନରେ ପହଞ୍ôଚ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶେଷ ଦର୍ଶନ କରିଥିଲେ । ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ଗ୍ରାମ ଓ ବଜାର ପରିକ୍ରମା କରାଯାଇ ଦାହ କରାଯାଇଥିଲା । ପୁତ୍ର ପଦାରବିନ୍ଦ ମୁଖାଗ୍ନି ଦେଇଥିଲେ । ସେ ୧୯୭୪ ମସିହାରେ କେନ୍ଦୁଆପଦା ହାଇସ୍କୁଲର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରି ଜାହାଙ୍ଗୀର ଜନତା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଯୋଗ ଦେଇଥିଲେ । ପରେ ୨୦୦୧ ମସିହାରେ କେନ୍ଦୁଆପଦା ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବେ ଯୋଗ ଦେଇ ଗତ ୨୦୦୫ ମସିହା ଜାନୁଆରୀ ୩୧ରେ ଚାକିରୀରୁ ଅବସର ନେଇଥିଲେ । ସେ ଜଣେ କର୍ତ୍ତବ୍ୟନିଷ୍ଠ ଓ ଛାତ୍ରବତ୍ସଳ ଶିକ୍ଷକ ଭାବେ ବେଶ ପରିଚିତ ଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ