ଅବସରପ୍ରାପ୍ତ ଶିକ୍ଷକଙ୍କ ହୃଦଘାତରେ ପରଲୋକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ପଞ୍ଚାୟତ ଧାନପୁଞ୍ଜା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଲଲାଟେନ୍ଦୁପଟ୍ଟନାୟକଙ୍କର ୬୧ ବର୍ଷ ବୟସରେ ହୃଦଘାତ କାରଣରୁ ଆଜି ପରଲୋକ ଘଟିଛି I ସ୍ଵର୍ଗତ ପଟ୍ଟନାୟକ ଗତ ବର୍ଷ ବୋରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ I ସୂଚନା ପ୍ରକାରେ ଆଜି ସକାଳେ ଲଲାଟେନ୍ଦୁ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଲଲାଟେନ୍ଦୁଙ୍କର ପରଲୋକ ଘଟିଥିଲା I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ଉମାଦେବୀ,ପୁଅ ପବିତ୍ର ଲୋଚନ, ପତିତପାବନ,ଝିଅ ବସୁମତି,ସୁମତି, ସୁନୀତି, ଭାଇ ଲଳିତ ମୋହନ,ଭଣଜା ମୁନା ପଟ୍ଟନାୟକଙ୍କ ସମେତ ଅନ୍ୟ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ I ଲଲାଟେନ୍ଦୁ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମହଲରେ ଜଣେ ଆଦର୍ଶ ଶିକ୍ଷକ ଏବଂ ଅମାୟିକ ବ୍ୟକ୍ତିତ୍ୱ ଭାବରେ ବେଶ୍ ପରିଚିତ ଥିଲେ I ତାଙ୍କର ମୃତ୍ୟୁ ଖବର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା I ସ୍ଵର୍ଗତ ପଟ୍ଟନାୟକଙ୍କ ମୃତ୍ୟୁ ଖବର ପାଇ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା, ସରପଞ୍ଚ ଜୟରାମ ନାୟକ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ସ୍ଵାଇଁ, ସମାଜସେବୀ କୃଷ୍ଣଚନ୍ଦ୍ର ସ୍ୱାଇଁ, ବଳରାମ ସ୍ଵାଇଁ, ନାଏବ ସରପଞ୍ଚ, ଶିବରାମ ମହାରଣା, ରାଜବାବୁ ସାହୁ, କ୍ରିଷ୍ଣା ମୂର୍ତ୍ତୀ ପାତ୍ର, ପ୍ରମୋଦ ଦାସ,ସଞ୍ଜୟ ମହାପାତ୍ର, ସୀମାଞ୍ଚଳ ସାହୁ, ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ଶିକ୍ଷକ ବାଳକୃଷ୍ଣ ସାବତ, ବସନ୍ତ ଜେନା ଅବସରପ୍ରାପ୍ତ ଶିକ୍ଷକ ପ୍ରତାପ ଚନ୍ଦ୍ର ଶତପଥୀ,ଭଜରାମ ସ୍ଵାଇଁ,ରାମନାରାୟଣ ପଣ୍ଡାଙ୍କ ସମେତ ବୋରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ,ରାମଚନ୍ଦ୍ର ବେହେରା, ଭାସ୍କର ବିଷୋୟୀ,ମୃତ୍ୟୁଞ୍ଜୟ ବେହେରା, ଶ୍ରୀନୀବାସ ବେହେରା, ମନୋରଞ୍ଜନ ବିଷୋୟୀ, ସୁଧୀର ଦାସ,ବିଦେଶୀ ବାଡ଼ତ୍ୟା,ଆକୁଳ ସାହୁ, ସନିତ ଜେନା, ସତ୍ୟନାରାୟଣ ପ୍ରଧାନ, ଅଚ୍ୟୁତ ବ୍ରହ୍ମା,ରାଜେନ୍ଦ୍ର ମଳିକ, ବିଶ୍ଵନାଥ ତ୍ରିପାଠି, ଭାସ୍କର ଗୌଡ଼, ଶିକ୍ଷକ ସଂଘ କର୍ମକର୍ତ୍ତା ତାଙ୍କର ଅନ୍ତିମ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ I ଏକ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ସ୍ଵର୍ଗତ ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ