ଅବସରପ୍ରାପ୍ତ ଶିକ୍ଷକ ପ୍ରେମାନନ୍ଦ ମେକାପଙ୍କ ପରଲୋକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଚଂଳସ୍ଥିତ ଇଛାପୁର ହାଇସ୍କୁଲର ଅବସରପ୍ରାପ୍ତ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରେମାନନ୍ଦ ମେକାପଙ୍କ ଗତ ରବିବାର ରାତି ୧୦ଟାରେ ୭୮ବର୍ଷ ବୟସରେ ତାଙ୍କ ମଧ୍ୟଖଣ୍ଡୀ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ ଓ ତିନିପୁଅ ଉପସ୍ଥିତ ଥିଲେ । ଇଛାପୁରସ୍ଥିତ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜ୍ୟେଷ୍ଠପୁତ୍ର ଅଯୋଧ୍ୟାନାଥ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ମେକାପ ଜଣେ ଦକ୍ଷ ଇଂରାଜୀ ଶିକ୍ଷକ ଛାତ୍ରବତ୍ସଳ ତଥା ଆଦର୍ଶ ଶିକ୍ଷକ ଭାବେ ସୁଖ୍ୟାତି ଅର୍ଜ୍ଜନ କରିଥିଲେ । ତାଙ୍କ ବିୟୋଗରେ ଇଛାପୁର ହାଇସ୍କୁଲର ପୁରାତନ ଛାତ୍ର ତଥା କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପ, ପୁରାତନ ଛାତ୍ର ତଥା ଅବସରପ୍ରାପ୍ତ ଶିଳ୍ପ ବିଭାଗର ନିର୍ଦେଶକ ପ୍ରାଣକୃଷ୍ଣ ବେହେରା, ପୁରାତନ ଛାତ୍ର ସଂସଦ ପକ୍ଷରୁ ଗୈାରାଙ୍ଗ ଚରଣ ସାହୁ, ଅବସରପ୍ରାପ୍ତ ଶିକ୍ଷକ ନେତା ନିରଞ୍ଜନ ମେକାପ, ଦୁର୍ଯ୍ୟୋଧନ ସେଠୀ, ହେମନ୍ତ କୁମାର ସାହୁ, ମଥୁରାନନ୍ଦ ସାହୁ, ମୋହନ ପ୍ରଧାନ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଅନ୍ତରର ସମବେଦନା ଜ୍ଞାପନ କରିଛନ୍ତି ।