ଅବସରପ୍ରାପ୍ତ ଶିକ୍ଷକ ରମେଶ ସାହୁଙ୍କ ପରଲୋକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ରଘୁନାଥପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ସାହୁ(୬୭)ଙ୍କର ଗତ ୮ ତାରିଖରେ ପରଲୋକ ଘଟିଛି । ସେ ଓଡଙ୍ଗ ପଞ୍ଚାୟତ ସରମରାସ୍ଥିତ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାପୀଠରେ ଦୀର୍ଘ ବର୍ଷ ଧରି ଶିକ୍ଷକତା କରି ଅବସର ଗ୍ରହଣ କରିଥିଲେ । ଗତ କିଛି ବର୍ଷ ହେବ ସେ ଅସୁସ୍ଥ ଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ୩ ଝିଅ, ଜ୍ୱାଇଁ, ପୁଅ, ବୋହୁଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ । ସ୍ୱର୍ଗତ ସାହୁ ଜଣେ ପରୋପକାରୀ ଓ ବନ୍ଧୁବତ୍ସଳ ବ୍ୟକ୍ତି ଥିଲେ । ଶିକ୍ଷକତା ସହିିତ ସେ ବିଭିନ୍ନ ଧର୍ମାନୁଷ୍ଠାନ ସହ ଜଡିତ ଥିଲେ । । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ