ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ କେଶବ ଚନ୍ଦ୍ର ସେନାପତିଙ୍କ ସ୍ମୃତିଚାରଣ ସଭା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ସେଣ୍ଢତୀରା ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱର୍ଗତ କେଶବ ଚନ୍ଦ୍ର ସେନାପତିଙ୍କ ଉଦ୍ଦେଶ୍ୟରେ ସେଣ୍ଢତୀରା ଠାରେ ପୁରାତନ ଛାତ୍ର ଓ ସ୍ମୃତି କମିଟି ପକ୍ଷରୁ ସ୍ମୃତିଚାରଣ ସଭା ଓ ସ୍ମରଣୀକା ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେଶବାୟନ ସ୍ମରଣୀକା ଉନ୍ମୋଚିତ ହୋଇଥିଲା । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ବିଜେଡି ସଂପାଦକ ତଥା ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ, ଶିକ୍ଷାଦର୍ପଣର ମୁଖ୍ୟ ସଂପାଦକ ତପନ କୁମାର ତ୍ରିପାଠୀ, ଭାରତୀୟ ରେଳବାଇର ଯାତ୍ରା ସେବା କମିଟିର ସଦସ୍ୟ ପଞ୍ଚାନନ ରାଉତ, ଅବସରପ୍ରାପ୍ତ ଶିକ୍ଷକ ପିତାମ୍ବର ପହି, ଗୋବିନ୍ଦ ଚନ୍ଦ୍ର ବାରିକ, ଭାସ୍କର ଚନ୍ଦ୍ର ପାଢୀ, ଅଲେଖ ଚନ୍ଦ୍ର ନାୟକ, ଓଷ୍ଟାର ପୂର୍ବତନ ରାଜ୍ୟ ସଂପାଦକ ରଘୁନାଥ ସାହୁ, ପ୍ରାକ୍ତନ ବ୍ଲକ ଓଷ୍ଟା ସଂପାଦକ ଗୌରାଙ୍ଗ ଚରଣ ମହାନ୍ତି, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ଯୁଗ୍ମ ସଂପାଦକ ଉପେନ୍ଦ୍ର ବିଶ୍ୱାଳ, ପ୍ରାକ୍ତନ ରାଜ୍ୟ ଉପସଭାପତି ଭାଗିରଥି ଖୁଣ୍ଟିଆ, ସମାଜସେବୀ ପ୍ରେମାନନ୍ଦ ନାୟକ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସାମଲ, ପଞ୍ଚାୟତ ବିଜେଡି ସଭାପତି ହୃଷିକେଶ ପାତ୍ର, ବ୍ଲକ କଂଗ୍ରେସ ସଭାପତି ନିରଂଜନ ମଲ୍ଲିକ, ବ୍ଲକ ଓଷ୍ଟା ସଂପାଦକ ଶଶୀଶେଖର କରଶର୍ମା, ବହୁଦରଡା ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପିତାମ୍ବର ରାଉତ, ଆଇନଜୀବି ବେଣୁଧର ମଲ୍ଲିକ, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ଫକୀର ଚରଣ ବିଶ୍ୱାଳ, ଅନନ୍ତ ସେନାପତି, ଭାସ୍କର ଚନ୍ଦ୍ର ସେନାପତି, ଅନ୍ତର୍ଯ୍ୟାମୀ ପାତ୍ର, ଶ୍ରୀକାନ୍ତ ପଣ୍ଡା, ବାବାଜି ଦଳେଇ, ପ୍ରଭାତ ସେନାପତି, ମାନସ ରଂଜନ ବିଶ୍ୱାଳ, ପ୍ରଣୟ ସିଂ, ଗଦାଧର ନାୟକ, ପୁରାତନ ଛାତ୍ର ମନୋଜ କୁମାର ସେନାପତି, ମଇତାପୁର ଫର୍ଟିଲାଇଜର କଂପାନୀର ମ୍ୟାନେଜର ଅମରେଶ ବେହେରା, ରତିକାନ୍ତ ଗାହାଣ, ଭଦ୍ରକ ମହିଳା ମହାବିଦ୍ୟାଳୟର ପ୍ରାଧ୍ୟାପିକା ଆରତୀ ଜେନା, ଶିକ୍ଷୟିତ୍ରୀ ତପସ୍ୱିନୀ ପହିଙ୍କ ସମେତ ବହୁ ଛାତ୍ରଛାତ୍ରୀ, ବୁଦ୍ଧିଜୀବି, ଶିକ୍ଷକଶିକ୍ଷୟିତ୍ରୀ, ଅଞ୍ଚଳବାସୀ ଯୋଗ ଦେଇ ସ୍ୱର୍ଗତ ସେନାପତିଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଶହୀଦ ତୀର୍ଥଯାତ୍ରୀ କମିଟି ରାଜ୍ୟ ସଭାପତି ବୈଲୋଚନ ଜେନାଙ୍କ ସମେତ ବିଭିନ୍ନ ସ୍ଥାନରୁ ଆସିଥିବା ଶୋକବାର୍ତ୍ତା ପାଠ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ