ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ବୁଦ୍ଧିରାମ ଖିଲାରଙ୍କ ସ୍ମୃତିଚାରଣ ସଭା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଘରପଦା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ବୁଦ୍ଧିରାମ ଖିଲାରଙ୍କର ଏକାଦଶାହ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ଗଣେଶ ପ୍ରସାଦ କରଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକ, ବନ୍ତ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଶୁଭେନ୍ଦ୍ର କୁମାର ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ଜଗନ୍ନାଥ ପାତ୍ର, ଭାସ୍କର ଚନ୍ଦ୍ର ପାଢୀ, ଅଲେଖ ଚନ୍ଦ୍ର ନାୟକ, ଅକ୍ଷୟ ନାରାୟଣ ଜେନା, ନାରାୟଣ ଚନ୍ଦ୍ର ଲେଙ୍କା, ବାବାଜି ଚରଣ ଦଳେଇ, ସମାଜସେବୀ ସୁକାନ୍ତ କୁମାର ନାୟକ, ପଦ୍ମନାଭ ଦାସ, ଧନେଶ୍ୱର ଖିଲାର, ଭାଗବତ ସାହୁ, ଶିକ୍ଷକ ସୁକାନ୍ତ କୁମାର ବେହେରା, ରମାକାନ୍ତ ଜେନା, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ସାହୁ, ସୀତାରାମ ପତି, କୈଳାସ ଚନ୍ଦ୍ର ଚଢେଇ, ଗୌରାଙ୍ଗ ଖିଲାର, ଗତିକୃଷ୍ଣ ବାରିକଙ୍କ ସମେତ ସମେତ ବହୁ ଅତିଥି ଯୋଗ ଦେଇ ସ୍ୱର୍ଗତ ଖିଲାର ଜଣେ କର୍ତ୍ତବ୍ୟନିଷ୍ଠ ଓ ଛାତ୍ରବତ୍ସଳ ଶିକ୍ଷକ ଥିଲେ ବୋଲି କହିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପୁତ୍ର ସୁଶାନ୍ତ ଖିଲାର, ସନ୍ତୋଷ ଖିଲାର, ପ୍ରଶାନ୍ତ ଖିଲାର, ପୁତୁରା ରତିକାନ୍ତ ଦାସ, ମୁକ୍ତିକାନ୍ତ ଦାସଙ୍କ ସମେତ ପରିବାରବର୍ଗ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ