ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ପରଲୋକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର କେଶପୁର ବଜାରସ୍ଥିତ ଅଭିମନ୍ୟୁ ତ୍ରିପାଠୀଙ୍କ ପତ୍ନୀ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷୟିତ୍ରୀ ସାବିତ୍ରୀ ଦେବୀଙ୍କର ୭୩ ବର୍ଷ ବୟସରେ ହୃତ୍‌ଘାତରେ ପରଲୋକ ହୋଇଯାଇଛି । ଗତ କିଛି ଦିନ ଧରି ସେ ହୃଦ୍‌ରୋଗରେ ପୀଡିତ ଥାଇ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିଲେ । ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ, ପୁଅ, ଚାରି ଝିଅ, ତିନି ଜ୍ୱାଇଁ, ଦିଅର, ଯାଆ, ପୁତୁରା, ଝିଆରୀ, ନାତିନାତୁଣୀମାନେ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ଅଂଶୁମାନ(ମୁନା) ଓ ୪ ଝିଅ ମିଶି ମୁଖାଗ୍ନି ଦେଇଥିଲେ । ୧୯୫୦ ମସିହା ଜୁଲାଇ ୧ ତାରିଖରେ ଇନ୍ଦୁପୁର ହାବିଳି ସାହିରେ ଜନ୍ମିତ ସାବିତ୍ରୀ ଦେବୀ କେନ୍ଦ୍ରାପଡା ଟାଉନ୍ ନସଡିପୁର ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକାଳ ଶେଷ କରି ୨୦୦୮ରେ ଅବସର ନେଇଥିଲେ । ସେ ଜଣେ ଧର୍ମପରାୟଣା, ମିଷ୍ଟଭାଷୀ, ପରୋପକାରୀ ମହିଳା ତଥା ଆଦର୍ଶ ଶିକ୍ଷାୟିତ୍ରୀ ଭାବରେ କେନ୍ଦ୍ରାପଡା ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ