ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ସ୍ୱାସ୍ଥ୍ୟ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ରୋଟାରି ଅନ୍ ସି ଓ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ମିଳିତ ସହଯୋଗରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ ଭୁବନେଶ୍ୱର ଆପୋଲୋ ହସପିଟାଲର କ୍ୟାନସର ବିଭାଗର ବରିଷ୍ଠ ଚିକିତ୍ସକ ଡାକ୍ତର ଗରିମା ସରାୱଗୀ, ଡାକ୍ତର ଆଶୁତୋଷ, ଗୋଷ୍ଟ୍ରୋ ଏଣ୍ଟ୍ରୋଲୋଜି ବିଭାଗର ଡାକ୍ତର କ୍ରିଷ୍ଣା ପରିଡ଼ା, ଭେଷଜ ବିଶେଷଜ୍ଞ ଡାକ୍ତର ରୋହନ ପାତ୍ର ଯୋଗ ଦେଇଥିଲେ । ବିଶେଷଜ୍ଞମାନେ ରୋଗୀଙ୍କୁ ପରୀକ୍ଷା ସହ ଚିକିତ୍ସା ପରାମର୍ଶ ସହିତ ଔଷଧ ପ୍ରେସକ୍ରିପ୍ସନ ଦେଇଥିଲେ । ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ସଭାପତି ଇଂ. ବନମାଳି ନାୟକ, ସମ୍ପାଦକ ବସନ୍ତ ନାୟକ, ଯୁଗ୍ମ ସମ୍ପାଦକ ସୁଦର୍ଶନ ଦାସ, ସାଂଗଠନିକ ସମ୍ପାଦକ ସୁଜିତ୍ ଜେନା, ଅର୍ଥ ସମ୍ପାଦକ ଦାମୋଦର ନାୟକ, କାର୍ଯ୍ୟକାରୀ ସଭାପତି ଗୌରାଙ୍ଗ ସାହୁ, ଉପ-ସଭାପତି ପୁଷ୍ପଲତା ମହାନ୍ତି, ସଭ୍ୟ ଭବେଶ ପଣ୍ଡା, ସେକ୍ ଆଲ୍ଲାଉଦ୍ଦିନ୍, ଶଚୀନ୍ଦ୍ର ଦାସ, ପ୍ରତିମା ପଣ୍ଡା, ମେଡିକାଲ୍ କ୍ରିୟାନୁଷ୍ଠାନର ସଭାପତି ନିରଞ୍ଜନ ପରିଡ଼ା, ଜ୍ଞାନେନ୍ଦ୍ର ନାଥ ସାହୁ ଶିବିର ପରିଚାଳନା କରିଥିଲେ । ରୋଟାରୀ ଅନ୍ସିର ସଭାପତି ହର୍ଷ ଗୁପ୍ତା, କାର୍ଯ୍ୟକାରୀ ସଭାପତି ଅଷ୍ଟାଦ ବୋଧନୱାଲା, ସମ୍ପାଦକ ଚିରଞ୍ଜୀବି ରାୟ, ସଭ୍ୟ ରାକେଶ ପାଲା ପ୍ରମୁଖ ଏହି ଶିବିରରେ ଉପସ୍ଥିତ ରହି ରୋଗୀ ପଞ୍ଜୀକରଣ ସହ ସଚେତନ କରାଇଥିଲେ ।