ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘର ସାଂଗଠନିକ ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ସରକାରୀ କର୍ମଚାରୀ ସଙ୍ଘର ସାଂଗଠନିକ ବୈଠକ ସ୍ଥାନୀୟ ମେଡିକାଲରୋଡ ସ୍ଥିତ ସଙ୍ଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର କାର୍ଯ୍ୟାକାରୀ ସଭାପତି ବ୍ରଜ କିଶୋର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଙ୍ଘ ପକ୍ଷରୁ ବରିଷ୍ଠ ଉପଦେଷ୍ଟା ଈଶ୍ୱର ଚନ୍ଦ୍ର ସାହୁ(୯୫)ଙ୍କୁ ବର୍ଷିୟାନ ବ୍ୟକ୍ତିତ୍ୱ ଭାବେ ଉଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ସଙ୍ଘରେ ନୂତନ ଭାବେ ଯୋଗଦେଇଥିବା ମହାକାଳପଡା ବିକାଶ ମଞ୍ଚର ସଭାପତି ତଥା ବରିଷ୍ଠ ଶିକ୍ଷାବିତ କାଶୀନାଥ ରାଉତରାୟଙ୍କୁ ସ୍ୱାଗତ କରାଯାଇଥିଲା । ସଙ୍ଘର ବାର୍ଷିକ ଉତ୍ସବ ଆସନ୍ତା ଡିସେମ୍ବରମାସ ୧୧ତାରିଖରେ ହେବାକୁ ଥିବାରୁ ନଭେମ୍ବର ୨୦ତାରିଖରେ ଏକ ପ୍ରସ୍ତୁତି ବୈଠକ କରାଯିବାକୁ ସ୍ଥିର କରାଯାଇଥିଲା । ଏହି ବୈଠକରେ ସଙ୍ଘର ସଦସ୍ୟ ପିତାମ୍ବର ଦାସ, ସୁବାଷ ଚନ୍ଦ୍ର ପାତ୍ର, ଗଙ୍ଗାଧର ସ୍ୱାଇଁ, ତ୍ରୈଲୋକ୍ୟ ନାଥ ସ୍ୱାଇଁ, ଭଗବାନ ସାହୁ, ଶ୍ରୀନିବାସ ଦାସ, ମହମ୍ମଦ ଜାହିର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନା ବୈଠକ ପରିଚାଳନା କରିଥିବା ବେଳେ ସୁବାସ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ