ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସର୍ବ ଭାରତୀୟ ରାଜ୍ୟ ପେନସନର୍ସ ମହାସଙ୍ଘର ଡାକରାରେ କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଜଣେ ସରକାରୀ କର୍ମଚାରୀ ଅବସର ନେବାର ୬୫ରୁ ୭୦ବର୍ଷ, ୭୦ରୁ ୭୫ ବର୍ଷ, ୭୫ ବର୍ଷରୁ ୮୦ବର୍ଷ, ୮୦ରୁ ୮୫ବର୍ଷ, ୮୫ରୁ ୯୦ବର୍ଷ, ୯୦ରୁ ୯୫ବର୍ଷ ଓ ୯୫ରୁ ୧୦୦ବର୍ଷ ପର୍ଯ୍ୟନ୍ତ ଯଥାକ୍ରମେ ୧୫, ୨୫, ୩୫, ୪୫, ୬୦, ୭୫ ଓ ଶତ ପ୍ରତିଶତ ଆନୁପାତିକ ଭାବେ ଅତିରିକ୍ତ ପେନସନ ଅଭିବୃଦ୍ଧି କରାଯିବା,ଜାନୁଆରୀ ୨୦୨୦ ରୁ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ବକେୟା ଡି.ଏ. ପ୍ରଦାନ ଏବଂ ସ୍ଥାୟୀ ୧୫ଶହ ଟଙ୍କା ଚିକିତ୍ସା ଭତ୍ତା ପ୍ରଦାନ ପ୍ରଭୃତି ରହିଛି । କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କ ପକ୍ଷରୁ ଭ୍ରମରବର ରାଉତ, ଦିବାକର ଜେନା, ବାନାମ୍ବର ସାହୁ, କାଶୀନାଥ ରାଉତରାୟ, ହେମନ୍ତ କୁମାର ଜେନା, ସୁବାଷ ପାତ୍ର, ରବିନ୍ଦ୍ର ନାଥ ରଥ, ପ୍ରେମାନନ୍ଦ ଷଡଙ୍ଗୀ, ଅଲେଖ ପ୍ରସାଦ ଦାସ ପ୍ରମୁଖ ଧାରଣାର ନେତୃତ୍ୱ ନେଇଥିଲେ ।