ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଗଣତନ୍ତ୍ର ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ ପକ୍ଷରୁ ୭୩ତମନ ସାଧାରଣତନ୍ତ୍ର ଦିବସ ମେଡିକାଲରୋଡସ୍ଥିିତ ସଙ୍ଘ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ସଙ୍ଘର ଉପସଭାପତି ସୟଦ ମହମ୍ମଦ ଜାହିଦ ଜାତୀୟ ପତକା ଉତ୍ତୋଳନ କରିବା ପରେ ଉପସ୍ଥିତ ସମସ୍ତ ସଦସ୍ୟ ଜାତୀୟ ସଂଗୀତ ଗାନ କରିଥିଲେ । ସମ୍ବିଧାନ ଦେଇଥିବା ଅଧିକାରକୁ ଉପଭୋଗ କରିବା ସହ ରାଷ୍ଟ୍ର ପ୍ରତି ଆମର କର୍ତ୍ତବ୍ୟ ପାଳନ କରିବା ଜରୁରୀ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଧାରଣସମ୍ପାଦକ ହେମନ୍ତ ଜେନା, ବ୍ରଜକିଶୋର ଜେନା, ପିତାମ୍ବର ଦାସ, ହିମାଂଶୁ ଶେଖର ମହାନ୍ତି, ଶ୍ରୀନିବାସ ଦାସ, ଗୋଲଖ ବିହାରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।